Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ଅକ୍ଟୋବର ୧୧ ଯାଏଁ ଆର୍ଯ୍ୟନଙ୍କ କଷ୍ଟଡି ଦାବି କଲା ଏନସିବି: ମିଳିଛି ଆନ୍ତର୍ଜାତୀୟ ଡ୍ରଗ୍ସ କାରବାରର ପ୍ରମାଣ

4/10/2021 at 4:07 PM

ମୁମ୍ବାଇ ୦୪/୧୦ : ଡ୍ରଗ୍ସ ମାମଲାରେ ହେପାଜତରେ ଥିବା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଓ ୭ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ କିଲା କୋର୍ଟର ଶୁଣାଣି ଜାରି ରହିଛି। ଏନସିବି ଅକ୍ଟୋବର ୧୧ ତାରିଖ ଯାଏଁ ଆର୍ଯ୍ୟନଙ୍କୁ କଷ୍ଟଡିରେ ରଖିବାକୁ ଦାବି କରିଛି। ଏନସିବି କହିଛି ଯେ ଆର୍ଯ୍ୟନଙ୍କ ଫୋନରୁ ଆପତ୍ତିଜନକ କଣ୍ଟେଣ୍ଟ ଜବତ ହୋଇଛି। ତାଙ୍କ ଚାଟରୁ ଜଣାପଡିଛି ଯେ ସେ ଡ୍ରଗ୍ସ କିଣିବାକୁ ଓ ବିକିବାକୁ ଯୋଜନା କରୁଥିଲେ। ଆନ୍ତର୍ଜାତୀୟ ଡ୍ରଗ୍ସ କାରବାରର ପ୍ରମାଣ ମିଳିଛି। ଏହା ପୂର୍ବରୁ ଏନସିବି ଅଧିକାରୀ ଆର୍ଯ୍ୟନଙ୍କ ସହ ଗିରଫ ହୋଇଥିବା ବାଜ ଓ ମୁନମୁନଙ୍କୁ ଜେଜେ ହସ୍ପିଟାଲ ନେଇଯାଇଥିଲେ। ସେଠାରେ ସେମାନଙ୍କର RT-PCR ଟେଷ୍ଟ କରାଯାଇଛି।

ଏପଟେ ଡ୍ରଗ୍ସ ମାମଲାରେ ଏନସିବି ଟିମ ଆଜି ଶାହରୁଖ ଖାନଙ୍କ ‘ମନ୍ନତ’ ରେ ତଲାସୀ କରିପାରେ। ଏହା ଆଇନଗତ କାର୍ଯ୍ୟାନୁଷ୍ଠାନ। ଯଦି କୌଣସି ଅଭିଯୁକ୍ତକୁ ଗିରଫ କରାଯାଏ ତାହେଲେ ତାଙ୍କ ଘରେ ତଲାସୀ କରାଯାଏ। ଏହି ପ୍ରାବଧାନ ଅନୁସାରେ ଏନସିବି ଟିମ ମନ୍ନତରେ ତଲାସୀ କରିପାରେ। ଯଦି କ୍ରୁଜ ମାମଲା ସହ ଜଡିତ କୌଣସି ଲିଙ୍କ ମିଳେ ତାହେଲେ ରେଡ ମଧ୍ୟ କରାଯାଇପାରେ।

   Related Posts