Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||
  • ଭୁବନେଶ୍ବର : ବିନା ଛୁଞ୍ଚିରେ ଟିକା ନେବେ ଶିଶୁ, ଦୁଇଟି ଡୋଜ୍ ନେବା ପାଇଁ ପରାମର୍ଶ
  • ||
  • ଅନୁଗୋଳ : ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ପଡିଗଲେ ହାତୀ ହାବୁଡରେ, ଚାଲିଗଲା ଜୀବନ
  • ||
  • ଲମତାପୁଟ : ଗଞ୍ଜେଇ ଚାଲାଣ ରୋକିବାକୁ କୋରାପୁଟ ପୋଲିସର ବଡ ପଦକ୍ଷେପ, ଆରମ୍ଭ ହେଲା ଅପରେସନ୍ ଗ୍ରୀନ୍ କ୍ଲିନ୍
  • ||

ମଝି ସମୁଦ୍ରରେ ବିଳାସପୂର୍ଣ୍ଣ ଜାହାଜରେ ଚାଲିଥିଲା ଡ୍ରଗ୍ସ ପାର୍ଟି, NCB ରେଡରେ ଧରାପଡିଲେ ବଲିଉଡ୍‌ ଷ୍ଟାରକିଡ୍

3/10/2021 at 8:53 AM

ମୁମ୍ବାଇ ୦୩/୧୦: ମୁମ୍ବାଇରେ ହାଇ ପ୍ରୋଫାଇଲ୍‌ ଡ୍ରଗ୍ସ ପାର୍ଟି ଉପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ରେଡ୍‌ । ଶନିବାର ବିଳମ୍ୱିତ ରାତିରେ ମୁମ୍ବାଇ ମଝି ସମୁଦ୍ରରେ ଥିବା ଏକ କ୍ରୁଜ୍‌ରେ ରେଭ୍ ପାର୍ଟି ଚାଲିଥିବା ନେଇ ଚଢାଉ କରାଯାଇଥିଲା । ଏହି ସମୟରେ କ୍ରୁଜ୍‌ ଜାହାଜରୁ ବହୁ ପରିମାଣର ବ୍ୟାନ୍‌ ହୋଇଥିବା ଗଞ୍ଜେଇ, କୋକେନ୍, ଏମ୍‌ଡି ଇତ୍ୟାଦି ଜବତ ହୋଇଛି ।

ଘଟଣାରେ ଏନ୍‌ସିବି ୧୦ ଜଣଙ୍କୁ ଅଟକ ରଖିଛି । ସେମାନଙ୍କ ମଧ୍ୟରେ ଜଣେ ବଲିଉଡ୍‌ ସୁପରଷ୍ଟାରଙ୍କ ପୁଅ ରହିଛନ୍ତି । ତାଙ୍କୁ ମଧ୍ୟ ଏନ୍‌ସିବି ଅଟକ ରଖିଛି । ରେଭ୍ ପାର୍ଟି ବେଳେ ସମ୍ପୃକ୍ତ ଷ୍ଟାର୍‌ଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ । ତାଙ୍କୁ NCB ଜେରା କରିଥିବା ଜଣାପଡ଼ିଛି । ଘଟଣା ସହ ତାଙ୍କର କଣ ସମ୍ପୃକ୍ତି ରହିଛି ସେ ନେଇ ଖୋଳତାଡ଼ କରାଯାଉଛି । ସେହିପରି ମାମଲାରେ ଅନ୍ୟ ୯ ଜଣଙ୍କୁ ଅଟକ ରଖାଯାଇଛି । ଯେଉଁଥିରେ ଦୁଇ ଜଣ ଡ୍ରଗ୍ସ ପେଡଲର୍ ବି ଅଛନ୍ତି ।

ଏନେଇ ଏନ୍‌ସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେ କହିଛନ୍ତି, ‘ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାକୁ ଗିରଫ କରାଯାଇ ନାହିଁ। କିଛି ଜଣଙ୍କୁ ଅଟକ ରଖାଯାଇଛି ଓ ତଦନ୍ତ ଜାରି ରହିଛି। ଡ୍ରଗ୍ସ ଜବତ ହୋଇଛି। ୮-୧୦ ଜଣଙ୍କୁ ପଚରାଉଚରା କରାଯାଉଛି’। ମିଳିଥିବା ସୂଚନା ମୁତାବକ ଏହି ଜାହାଜ ମୁମ୍ବାଇରୁ ଗୋଆ ଯିବା ପାଇଁ ଯୋଜନା ଥିଲା । ସୂଚନାଥାଉ କି, ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍ ସାମ୍ନାକୁ ଆସିଥିଲା । ଏହାପର ଖୋଳତାଡ ଆରମ୍ଭ କରିଥିଲା ଏନସିବି ।

   Related Posts