Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ମୁମ୍ବାଇ ଜୋନ୍ NCB ହାତରୁ ଗଲା ଆର୍ୟନଙ୍କ ମାମଲା, କେସ୍‌ରୁ ହଟିଲେ ସମୀର ୱାଙ୍ଖଡେ

5/11/2021 at 7:54 PM

ମୁମ୍ବାଇ ୫।୧୧: କ୍ରୁଜ୍ ଡ୍ରଗସ୍‌ ପାର୍ଟି ମାମଲାରେ ଶୁକ୍ରବାର ନୂଆ ମୋଡ଼ ଆସିଛି। ଏହା ସେହି କେସ୍ ଯେଉଁଥିରେ ବଲିଉଡ୍‌ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଗିରଫ କରିଥିଲେ। ଏବେ ଏହି ମାମଲାର ତଦନ୍ତ ଓ ଆଗାମୀ କାର୍ଯ୍ୟାନୁଷ୍ଠାନ ମୁମ୍ବାଇ ଜୋନ ଏନସିବି ହାତରେ ରହିବନି। ଆର୍ୟନ ଖାନ ଓ ଏନସିପି ନେତା ନବାବ ମଲ୍ଲିକଙ୍କ ଜ୍ୱାଁଇଙ୍କ ମାମଲାର ତଦନ୍ତ ଆଉ ମୁମ୍ବାଇ ଜୋନ ଏନସିବି କରିବେନି। ଆର୍ୟନଙ୍କ କେସ୍ ସମେତ ମୋଟ ୬ଟି କେସ୍‌ ଏବେ ମୁମ୍ବାଇ ଜୋନ ଏନସିବିଠାରୁ କାଢି ନିଆଯାଇଛି। 

ତେବେ ଏନସିବି ମୁମ୍ବାଇ ଜୋନର ସମୀର ୱାଙ୍ଖଡେ ଏବେବି ନିର୍ଦ୍ଦେଶକ ଅଛନ୍ତି। ହେଲେ ଆର୍ୟନ ଖାନ, ନବାବ ମଲ୍ଲିକଙ୍କ ଜ୍ୱାଇଁ ସମେତ ୬ଟି କେସ୍‌ର ତଦନ୍ତ ଏନସିବି କେନ୍ଦ୍ରୀୟ ଟିମ୍‌ କରିବେ ବୋଲି ଜଣାପଡିଛି। ଏବେ ଏହି ସବୁ ମାମଲାର ତଦନ୍ତ ସମୀର ୱାଙ୍ଖଡେଙ୍କ ବଦଳେ ଏନସିବି ଅଧିକାରୀ ସଞ୍ଜୟ ସିଂହଙ୍କ ନେତୃତ୍ୱରେ କରାଯିବ। ଏଣୁ ହାଇପ୍ରୋଫାଇଲ ମାମଲାଗୁଡିକୁ ୱାଖଡେଙ୍କ ହାତରୁ କାଢ଼ି  ନିଆଯାଇଛି। କୁହାଯାଉଛି ଆର୍ୟନଙ୍କ କେସ୍‌ରେ ସମୀର ୱାଙ୍ଖଡେଙ୍କ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଉଠିଥିଲା। ଏପରିକି ଜଣେ ସାକ୍ଷୀ ଲାଞ୍ଚ ଅଭିଯୋଗ ମଧ୍ୟ ଆଣିଥିଲେ। ଏଣୁ ବର୍ତ୍ତମାନ ଲାଗି ସମୀର ୱାଙ୍ଖଡେଙ୍କୁ କେସ୍‌ ଦାୟିତ୍ୱରୁ ହଟାଇ ଦିଆଯାଇଥିବା ବେଳେ ସଞ୍ଜୟ ସିଂହଙ୍କୁ ନ୍ୟସ୍ତ କରାଯିବ ବୋଲି ଜଣାପଡିଛି।

ମାମଲା ଏବେ ଟ୍ରାନ୍ସଫର କରିଦିଆଯାଇଥିବାରୁ ଏହାକୁ ନେଇ ପ୍ରତିକ୍ରିୟା ମଧ୍ୟ ଆସିବାରେ ଲାଗିଲାଣି।  ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ନବାବ ମଲ୍ଲିକ ଏହା କେବଳ ଆରମ୍ଭ ମାତ୍ର, ଦେଖନ୍ତୁ ଆଗକୁ ଆଉ ସବୁ କଣ ହେଉଛି ବୋଲି କହିଛନ୍ତି। ଏବେ ସିଷ୍ଟମକୁ ମୂଳରୁ ଉପୁଡାଯିବ ବୋଲି ସେ କହିଛନ୍ତି। ସେପଟେ ବମ୍ବେ ହାଇକୋର୍ଟରୁ ଜାମିନରେ ମୁକୁଳିଥିବା ଆର୍ୟନ ଖାନ ଶୁକ୍ରବାର ଏନସିବି କାର୍ଯ୍ୟାଳୟକୁ ଆସି ତାଙ୍କ ସାପ୍ତାହିକ ହାଜିରା ଦେଇଛନ୍ତି। ଗତ ଅକ୍ଟୋବର ୨୯ ତାରିଖ ଦିନ ବମ୍ବେ ହାଇକୋର୍ଟ ଆର୍ୟନ ଖାନଙ୍କୁ ବିସ୍ତୃତ ଜାମିନ ଆଦେଶ ଜାରି କରିଥିଲେ। ଯେଉଁଥିରେ ତାଙ୍କୁ ପ୍ରତ୍ୟକ ଶୁକ୍ରବାର ଏନସିବି ସମ୍ମୁଖରେ ଉପସ୍ଥିତ ହେବାକୁ ନିର୍ଦ୍ଦେଶ ଦେଇଥିଲେ।

   Related Posts