ଚୁପ୍‌ଚାପ୍‌ ମୁମ୍ବାଇରେ ପହଞ୍ଚି ଗଲେ ଏନସିବି ଡିଜି ରାକେଶ ଅସ୍ଥାନା, ଡ୍ରଗ୍ସ ମାମଲାରେ ବଡ଼ କିଛି ଆକ୍ସନର ଆଶଙ୍କା

Published By : Prameya-News7 Bureau | October 23, 2020 IST

ନୂଆଦିଲ୍ଲୀ ୨୩/୧୦: ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ମହାନିର୍ଦେଶକ  ରାକେଶ ଅସ୍ଥାନା ମୁମ୍ବାଇ ଗ୍ରସ୍ତ କରିଥିଲେ। ତେବେ ତାଙ୍କ ଗ୍ରସ୍ତ ବାବଦରେ କେହି କିଛି ପୂର୍ବରୁ ସୁରାକ ବି ପାଇ ନ ଥିଲେ। କାରଣ ସେ କାହାକୁ କିଛି ନ ଜଣାଇ ଚୁପଚାପ ମୁମ୍ବାଇ ଆସି ପୁଣି ଦିଲ୍ଲୀ ଫେରିଛନ୍ତି। ଜୁନ​ରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ପ​‌ରେ ଡ୍ରଗ୍ସ ମାମଲା ତଦନ୍ତ ସମୀକ୍ଷା ପାଇଁ ସେ ମୁମ୍ବାଇ ଆସିଥିଲେ। ଏନସିବି ପକ୍ଷରୁ ବଡ଼ ଆକ୍ସନର ପ୍ରସ୍ତୁତି ଚାଲିଥିବା ବେଳେ ସେ ରାତିରେ ଆସି ପହଞ୍ଚିଥିଲେ। ତେବେ ଏନସିବିର ଏ ବଡ଼ ଆକ୍ସନରେ ବଲିଉଡର ଆଗଧାଡ଼ିର କଳାକାରଙ୍କ ଡ୍ରଗ୍ସ ମାମଲାରେ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

ଏନସିବି ଏ ମାମଲାରେ ୨୦ରୁ ଅଧିକ ଲୋକଙ୍କୁ ଗିରଫ କରି ନେଇଛି। ଯେଉଁଥିରେ ରିୟା ଚକ୍ରବର୍ତୀ ସାମିଲ ଥିଲେ । ତେବେ ତାଙ୍କୁ ପ୍ରାୟ ଏକମାସ ଜେଲରେ ରହିବାକୁ ପଡ଼ିଥିଲା। ତା’ପରେ ତାଙ୍କୁ ଜାମିନ ମିଳିଲା। ତାଙ୍କ ଭାଇ ସୌଭିକଙ୍କୁ କିନ୍ତୁ ମୁମ୍ବାଇ ହାଇକୋର୍ଟ ଜାମିନ ପ୍ରଦାନ କରି ନାହାନ୍ତି। କାରଣ ଡ୍ରଗ ଡିଲର ଚେନଙ୍କ ମଧ୍ୟରେ ସୌଭିକର ସମ୍ବନ୍ଧ ଘନିଷ୍ଠ ରହିଛି।

ରିୟା ଜେଲରୁ ମୁକୁଳିବା ପରେ ଏନସିବି ରାଡାରରେ ଥିବା ବଲିଉଡର ଅନ୍ୟ କଳାକାରଙ୍କ ବିରୋଧରେ ତଦନ୍ତ କରାଯିବା ନିଷ୍ପତ୍ତି ହୋଇଥିଲା। ଅଭିନେତ୍ରୀ ଦୀପିକା ପାଦୁକୋନ, ସାରା ଅଲୀ ଖାନ, ରକୁଲ ପ୍ରୀତ ସିଂହ, ଶ୍ରୁତି ମୋଦିଙ୍କୁ ଗତମାସରେ ଜେରା କରାଯାଇଥିଲା। ତଦନ୍ତକୁ ନେଇ ଆଗକୁ ଚର୍ଚା ଚାଲିଛି। କାରଣ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଫିଲ୍ମ ଇଣ୍ଡଷ୍ଟିରେ କାମ କରୁଛନ୍ତି ଓ ଡ୍ରଗ୍ସ ରାକେଟରେ ମଧ୍ୟ ସାମିଲ ଅଛନ୍ତି। ସପ୍ଲାଇ ସାଇଟରୁ ଜଣେ ଏନସିବି କେରଳରେ କାସରାଗୋଡରେ ଗୋଟିଏ ମଡ୍ୟୁଲର ସନ୍ଧାନ ପାଇଛନ୍ତି। ଯାହାର ସମ୍ବନ୍ଧ ବଲିଉଡ କେସ୍ ସହ ରହିଛି।

ରାକେଶଙ୍କୁ ଏନସିବି ଅଧିକାରୀ ଅବଗତ କରାଇଛନ୍ତି ଯେ ହେରୋଇନ ଓ ଏମଫେଟମିନ ଆଫଗାନିସ୍ତାନ-ପାକିସ୍ତାନ ଚ୍ୟାନେଲ ବା ମୋଜାବିକ-ମାଳଦ୍ବୀପ-ଶ୍ରୀଲଙ୍କା ରୁଟରୁ ମୁମ୍ବାଇ ପହଞ୍ଚୁଛି। କୋକିନ ସାଉଥ ଆମେରିକାରୁ ଅନ୍ୟ ଆଫ୍ରୀକୀୟ ଦେଶରୁ ଆସୁଛି। ଏନସିବି ପୂର୍ବରୁ ଆମେରିକା, ବ୍ରିଟେନ, କାନାଡା ଓ ସାଉଥ ଆଫ୍ରିକା ଭଳି ଦେଶରେ ନିଜ ସମକକ୍ଷଙ୍କ ସହ ସମ୍ପର୍କ କରିବା ଯୋଜନା କରିଛି ଯଦ୍ଦ୍ବାରା ଏ ମାମଲାର ତଦନ୍ତରେ ଆଗକୁ ସାହାଯ୍ୟ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.