ଅବଦୁଲ୍ ବସିତ ପରିହାରକୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ : ଡ୍ରଗ୍ସର ନେଣଦେଣରେ ରହିଛି ଶୋଭିକ ଚକ୍ରବର୍ତ୍ତୀଙ୍କ ବଡ଼ ଲିଙ୍କ୍

Published By : Prameya-News7 Bureau | September 02, 2020 IST

ମୁମ୍ବାଇ ୨/୯: ଫିଲ୍ମ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ସିବିଆଇ ଯାଞ୍ଚ ଜାରି ରହିଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମଧ୍ୟ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ କରି ଅବଦୁଲ୍ ବସିତ ପରିହାର ଏବଂ ଜୈଦ ବିଳାତ୍ରାକୁ ମୁମ୍ବାଇର ବାନ୍ଦ୍ରାରୁ ଗିରଫ କରାଯାଇଛି। ଏହି ସୂଚନା ଏନସିବି ଦେଇଛି।

ଏନସିବି ଅନୁସାରେ ବାସିତ ଏବଂ ଜୈଦ ବିଲାତ୍ରାଙ୍କ ଲିଙ୍କ୍ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କ ସହଯୋଗୀ ସ୍ୟାମୁଏଲ୍ ମିରାଣ୍ଡା ସହ ଥିଲା। ଶୋଭିକ ଚକ୍ରବର୍ତ୍ତୀର ନିର୍ଦେଶରେ ସାମୁଏଲ୍ ମିରାଣ୍ଡା ବିରୋଧରେ ଡ୍ରଗ୍ସ କିଣିବାର ଅଭିଯୋଗ ରହିଛି। ଏନସିବି ଏହି ମାମଲା ସହ ଜଡ଼ିତ ଆଉ ଜଣେ ଅଭିଯୁକ୍ତ ଜୈଦ ବିଲାତ୍ରାକୁ ମଧ୍ୟ ଗିରଫ କରିଛି।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଗଷ୍ଟ ୨୭ତାରିଖରେ ରିୟା ଚକ୍ରବର୍ତ୍ତୀ ଏବଂ ଅନ୍ୟମାନଙ୍କ ବିରୋଧରେ ଡ୍ରଗ୍ସର ନେଣଦେଣର ଯାଞ୍ଚ ପାଇଁ ଏକ ଟିମ୍ ଗଠିତ କରିଥିଲା। ଏନସିବି ଡ୍ରଗ୍ସ ସମ୍ବନ୍ଧିତ ମାମଲାରେ ଏହାର ଗୋଟିଏ ଦିନ ପୂର୍ବରୁ ଏକ ଅପରାଧ ମାମଲା ରୁଜୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.