Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||
  • ଭୁବନେଶ୍ବର : ସାଲିଆ ସାହିରୁ ୫ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ, ୯ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୬ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

ଜାମିନ୍‌ ନାମଞ୍ଜୁର, ଜେଲ୍‌ ଗଲେ ରିୟା

8/09/2020 at 9:28 PM

ମୁମ୍ବାଇ ୦୮/୦୯: ଡ୍ରଗ୍ସ ଲିଙ୍କରେ ଗିରଫ ହୋଇଥିବା ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ଗଲେ ଜେଲ୍‌। କୋର୍ଟ ରିୟାଙ୍କ ଜାମିନ ଆବେଦନ ଖାରଜ କରି ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି। ଏହା ପୂର୍ବରୁ ଏନସିବି ଡ୍ରଗ୍ସ ଲିଙ୍କରେ ରିୟାଙ୍କୁ ଗିରଫ କରିଥିଲା। ପରେ ତାଙ୍କର କରୋନା ପରୀକ୍ଷା ହୋଇଥିବା ବେଳେ ସେ ନେଗେଟିଭ୍‌ ଥିବା ଜଣାପଡ଼ିଥିଲା।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ସିବିଆଇ, ଏନସିବି ଓ ଇଡି ଛାନଭିନ ଜାରି ରଖିଛନ୍ତି। କିନ୍ତୁ ଡ୍ରଗ୍ସ ଲିଙ୍କରେ ୩ ଜଣଙ୍କୁ ଗିରଫ କରିସାରିଲାଣି ଏନସିବି। ପ୍ରଥମେ ରିୟାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ସାମୁଏଲ ମିରାଣ୍ଡାଙ୍କୁ ଗିରଫ କରିଥିଲା ଏନସିବି।

ତେବେ ଆଜି ଏନସିବି ରିୟାଙ୍କୁ ଗିରଫ କରିଥିବା ବେଳେ ରିମାଣ୍ଡରେ ନେବାକୁ ମନାକରିଛି। କିନ୍ତୁ ରିୟାଙ୍କୁ ଜାମିନ ମିଳିବ ନା ଜେଲ୍‌ ଯିବେ ସେନେଇ ଅପେକ୍ଷା ଥିଲା। ପରେ କୋର୍ଟଙ୍କ ନିର୍ଦେଶ କ୍ରମେ ରିୟାଙ୍କୁ ବିଚାର ବିଭାଗୀୟ ଜେଲ୍‌କୁ ପଠାଯାଇଛି।

   Related Posts