Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||

ବଲିଉଡର ପ୍ରସିଦ୍ଧ ହେୟାର ଷ୍ଟାଇଲିଷ୍ଟ୍ ସୂରଜ ଗୋଦାମ୍ବେ ଗିରଫ : କୋକେନ କିଣିବା ଅଭିଯୋଗରେ ଗିରଫ କଲା ଏନସିବି

10/12/2020 at 4:17 PM

ମୁମ୍ବାଇ ୧୦/୧୨: ବଲିଉଡ ଡ୍ରଗ୍ସ ମାମଲାରେ ଗୋଟିଏ ପରେ ଗୋଟିଏ ପର୍ଦ୍ଦା ଫାସ ହେଉଛି। ଏନସିବି ତଦନ୍ତରେ ଲାଗିଛି ଏବଂ ଲଗାତାର ସମସ୍ତଙ୍କୁ ଗିରଫ କରୁଛି। ଏବେ ଏନସିବି ବଲିଉଡର ନାମିଦାମୀ ହେୟାର ଷ୍ଟାଇଲିଷ୍ଟଙ୍କୁ ଡ୍ରଗ୍ସ କିଣିବା ଅଭିଯୋଗରେ ଗିରଫ କରିଛି। ତାଙ୍କ ସହ ଆଉ ଜଣେ ବ୍ୟକ୍ତିଙ୍କୁ ଏହି ମାମଲାରେ ଅଟକ ରଖାଯାଇଛି।

ଏନସିବି ହେୟାର ଷ୍ଟାଇଲିଷ୍ଟ୍ ସୂରଜ ଗୋଦାମ୍ବେଙ୍କୁ ୧୭.୬ଗ୍ରାମ୍ କୋକେନ୍ କିଣିବା ଅଭିଯୋଗରେ ଗିରଫ କରିଛି। ସେ ମୁମ୍ବାଇରେ ଚାଲିଥିବା ଏକ ନାଇଜେରିଆନ୍ ଡ୍ରଗ୍ସ କାର୍ଟଲ୍ ପାଇଁ କାମ କରୁଥିବା ଅଟୋ ଡ୍ରାଇଭର ଲାଲ ଚନ୍ଦ ଯାଦବଙ୍କଠୁ ଡ୍ରଗ୍ସ ନେଉଥିବାବେଳେ ଧରା ପଡ଼ିଥିଲେ।

ଏନସିବି କହିଛି ଯେ ୨ଜଣଙ୍କୁ ଓଶିଓ୍ବାରା,ଅନ୍ଧେରୀର ମୀରା ଟାଓ୍ବାର ପାଖରୁ ଗିରଫ କରାଯାଇଛି। ପ୍ୟାକେଟରୁ ୧୭.୬ଗ୍ରାମର କୋକେନ୍ ମିଳିଥିଲା ଯାହା ମୋଟ ୫୬,୦୦୦ଟଙ୍କାର। ଉଭୟଙ୍କୁ ଡିସେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଏନସିବି ଅଟକ ରଖିଛି। ଏହା ସହିତ ଉଭୟଙ୍କ ଫୋନ୍ ଯାଞ୍ଚ କରାଯିବ।

ଡ୍ରଗ୍ସ ମାମଲାରେ ପୂର୍ବରୁ ଦୀପିକା ପାଦୁକୋନ,ସାରା ଅଲ୍ଲୀ ଖାନ୍,ରକୁଲ ପ୍ରୀତ ସିଂହ ସମେତ ଅନେକ ଅଭିନେତ୍ରୀଙ୍କୁ ପଚରାଉଚରା ପାଇଁ ଡକାଯାଇଛି। ସେହିପରି ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ଡ୍ରଗ୍ସ ସେବନ କରିବା ଅଭିଯୋଗରେ ଗିରଫ କରାଯାଇଥିଲା। ଦୁହେଁ ଏବେ ବେଲ୍‌ରେ ଅଛନ୍ତି।

   Related Posts