ସୁଶାନ୍ତ ସିଂ ମାମଲା: ଅର୍ଜୁନ୍‌ ରାମପାଲ୍‌ଙ୍କ ଗାର୍ଲଫ୍ରେଣ୍ଡଙ୍କ ଭାଇକୁ ଗିରଫ କଲା NCB

Published By : Prameya-News7 Bureau | October 18, 2020 IST

ନୂଆଦିଲ୍ଲୀ ୧୮/୧୦: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା​‌କୁ ନେଇ ବଲିଉଡରେ ହଲ୍‌ଚଲ ଚାଲିଛି। ସୁଶାନ୍ତଙ୍କ ମାମଲାରେ ଡ୍ରଗ୍ସ ଏଙ୍ଗଲ୍‌ର ତଦନ୍ତ କରୁଛି ନାର୍କୋଟିକ୍ସ କଂଟ୍ରୋaଲ୍‌ ବ୍ୟୁରୋ(ଏନସିବି)। ଏହାପୂର୍ବରୁ ସୁଶାନ୍ତଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ସମେତ ବହୁ ଡ୍ରଗ୍ସ କାରବାରରେ ଳିପ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା ଏନସିବି। ଏବେ ବି ଏନସିବିର ତଦନ୍ତ ଜାରି ରହିଛି। ଯେମିତି ମାମଲାରେ ଖୋଳତାଡ଼ ବଢ଼ୁଛି ସେମିତି ବହୁ ନୂଆ ନାଁ ଏହି ଲିଷ୍ଟରେ ସାମିଲ ହୋଇଯାଉଛି। ଏବେ ଏହି ଲିଷ୍ଟରେ ଅଭିନେତା ଅର୍ଜୁନ୍‌ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗାବ୍ରିଏଲା ଡେମିଟ୍ରିଏଡ୍‌ସ୍‌ ଭାଇ ଅଗିସିଆଲୋସ୍‌ ଡେମିଟ୍ରିଏଡ୍‌ସ୍‌ ନାଁ ସାମିଲ୍‌ ହୋଇଛି।

{"id":346798,"sizeSlug":"large"}

ଅଗିସିଆଲୋସ୍‌ଙ୍କୁ ଏନସିବି ଗିରଫ କରିଥିବା ବେଳେ ତାଙ୍କ ଘରୁ ହସିସ୍‌ ଓ ଆଲପ୍ରାଜୋଲମ ଟ୍ୟାବ୍‌ଲେଟ୍‌ ଜବତ କରିଛି। ସେ ଅନେକ ଡ୍ରଗ୍‌ସ ମାଫିଆଙ୍କ ଲିଙ୍କରେ ଥିବା ଏନସିବି ପକ୍ଷରୁ କୁହାଯାଇଛି। ସୁଶାନ୍ତ-ରେହା ମାମଲା ପରଠାରୁ ଡ୍ରଗ୍‌ସ ମାଫିଆଙ୍କ ସମ୍ପର୍କରେ ଆସିଥିଲେ ଅଗିସିଆଲୋସ୍‌। ଏହାସହ ସୁଶାନ୍ତଙ୍କ ମାମଲରେ ତାଙ୍କର ସିଧାସଳଖ ସମ୍ପୃକ୍ତି ରହିଛି ଓ ସେ ଜଣେ ଡ୍ରଗ୍‌ସ ସପ୍ଲାୟର ବୋଲି ଏନସିବିର ଜଣେ ଉଚ୍ଚ ଅଧିକାରୀ କହିଛନ୍ତି।

ରାମପାଲ ଓ ଗାବ୍ରିଏଲା ଲିଭ୍‌ ଇନ୍‌ରେ ରହୁଥିବା ବେଳେ ସେମାନଙ୍କ ଏକ ଶିଶୁ କନ୍ୟା ଅଛି। ସେଲିବ୍ରିଟି ଦମ୍ପତି ପ୍ରାୟତଃ ସାମଜିକ କାର୍ଯ୍ୟରେ ନିୟୋଜିତ ରହୁଛନ୍ତି। ତେବେ ରାମପାଲଙ୍କ ପ୍ରଥମେ ମେହେର ଜେସିଆଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇ ଝିଅ ମିହିକା ଓ ମାଇରା ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.