Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଅର୍ଜୁନ ରାମପାଲ୍‌ଙ୍କ ଶଳା ଗିରଫ : ଚରସ୍ ଏବଂ ଅଲପ୍ରାଜୋଲମ୍ ଜବତ ସହ ବାନ୍ଧିନେଲା ପୋଲିସ୍

19/10/2020 at 1:34 PM

ମୁମ୍ବାଇ ୧୯/୧୦: ବିବେକ ଓବେରୟଙ୍କ ଶଳା ଆଦିତ୍ୟ ଅଲଭାଙ୍କ ପରେ ଏବେ ନାର୍କୋଟିକ୍ସ କଣ୍ଟୋଲ୍ ବ୍ୟୁରୋ ଅର୍ଜୁନ ରାମପାଲଙ୍କ ପାର୍ଟନର ଗାବ୍ରିଏଲା ଡେମୋଟ୍ରିୟଡସଙ୍କ ଭାଇ ଅଗିସିଲାଓସଙ୍କୁ ଗିରଫ କରିଛି। ଅଗିସିଲାଓସଙ୍କ ପାଖରେ ଚରସ ଏବଂ ବ୍ୟାନ୍ ଟାବଲେଟ୍ ଅଲପ୍ରାଜୋଲମ୍ ମିଳିଥିଲା। ଏନସିବି ତାଙ୍କୁ ଲୋନାଓ୍ବାଲାରୁ ଗିରଫ କରିଛି। ଏହି ମାମଲାରେ ଏବେ ଅର୍ଜୁନ ରାମପାଲ ଏବଂ ଗାବ୍ରିଏଲାଙ୍କୁ ମଧ୍ୟ ପଚରାଉଚୁରା ହୋଇପାରେ।

ଏନସିବି ଅନୁସାରେ ସେ ଡ୍ରଗ୍ସ ସପ୍ଲାଇ କରୁଥିଲେ। ଏଜେନ୍ସି କଥିତ ଭାବେ ତାଙ୍କ ସପ୍ଲାଇ ଚେନକୁ ଟ୍ରାକ୍ କରିବାର କିଛି ପ୍ରମାଣ ମଧ୍ୟ ଏକାଠି କରିଛି। ୩୦ବର୍ଷ ବୟସ୍କ ଅଗିସିଲାଓସ ଅନ୍ୟ ଡ୍ରଗ୍ ପେଡଲର୍ସଙ୍କ ସହ ଜଡ଼ିତ ଅଛନ୍ତି। ଯାହାଙ୍କୁ ଏହି ମାମଲା​‌ରେ ଅଭିଯୁକ୍ତ କୁହାଯାଇଛି। ଅଗିସିଲାଓସ ଭାରତରେ ଅନେକ ଦିନ ଧରି ରହୁଥିଲେ ଏବଂ ମାର୍କେଟିଂ ସହ ଜଡ଼ିତ ଥିଲେ।

ଅଗିସିଲାଓସଙ୍କୁ ଏନଡିପିଏସ ଆକ୍ଟର ଧାରା ୨୭ ଏ ଅନୁସାରେ ଅକ୍ଟୋବର ୧୮ତାରିଖରେ ଅଦାଲତରେ ହାଜର କରାଯାଇଥିଲା। ଏନସିବିକୁ ୨ଦିନ ପାଇଁ ଅଗିସିଲାଓସଙ୍କ ହେପାଜତ ମିଳିଛି। ଏହା ପୂର୍ବରୁ ଦୀପିକା ପାଦୁକୋଣଙ୍କ ଭାଇରାଲ୍ ଚାଟ୍‌ରେ ଅଗିସିଲାଓସଙ୍କ ଭିଣୋଇ ଅର୍ଥାତ୍ ଅର୍ଜୁନ ରାମପାଲଙ୍କ ନାଁ ସାମନାକୁ ଆସି ସାରିଛି।

ଏନସିବି ଏବେ ସୁଦ୍ଧା ଏହାକୁ ସ୍ପଷ୍ଟ କରିନଥିଲା କିନ୍ତୁ ଗାବ୍ରିଏଲାଙ୍କ ଭାଇଙ୍କ କନେକ୍ସନ ସାମନାକୁ ଆସିବା ପରେ ଅର୍ଜୁନଙ୍କ ଡ୍ରଗ୍ସ ବ୍ୟବସାୟରେ ଜଡ଼ିତ ହେବାର ଅନୁମାନ ଲଗାଯାଉଛି।

   Related Posts