ଟାଟା ସନ୍ସ ଏକଜ୍ୟୁକୁଟିଭ ଚେୟାରମ୍ୟାନ୍ ପଦକୁ ଫେରିବେ ସାଇରସ ମିସ୍ତ୍ରୀ, ଟାଟା ମ୍ୟାନେଜମେଣ୍ଟକୁ NCLATଙ୍କ ଝଟକା

Published By : Prameya-News7 Bureau | December 18, 2019 IST

ନୂଆଦିଲ୍ଲୀ ୧୮।୧୨:  ଟାଟା କମ୍ପାନୀ ମ୍ୟାନେଜମେଣ୍ଟକୁ ନ୍ୟାସନାଲ କମ୍ପାନୀ ଲ ଆପିଲେଟ୍ ଟ୍ରିବ୍ୟୁନାଲ ( ଏନସିଏଲଏଟି) ଙ୍କ ଜବରଦସ୍ତ ଝଟକା। ଟାଟା ସନ୍ସ ଏଜ୍ୟୁକୁଟିଭ ଚେୟାରମ୍ୟାନ୍ ପଦରୁ ୩ ବର୍ଷ ପୂର୍ବେ ସାଇରସ୍ ମିସ୍ତ୍ରୀଙ୍କୁ ହଟାଇବା ଲାଗି ପ୍ରବନ୍ଧନର ନିଷ୍ପତ୍ତିକୁ ଏନସିଏଲଟି ଅବୈଧ କହିବା ସହ ତାଙ୍କୁ ପୁଣି ପୂର୍ବ ପଦବୀରେ ବହାଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏନସିଏଲଏଟିଙ୍କ ନିଷ୍ପତ୍ତିରେ ଟାଟା କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ବ୍ୟକ୍ତ କରାଯାଇନଥିବା ବେଳେ ଟ୍ରିବ୍ୟୁନାଲଙ୍କ ଆଦେଶକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବା ଲାଗି ପ୍ରବନ୍ଧନ ହାତରେ ଏବେବି ସମୟ ରହିଛି।

{"id":199361,"width":581,"height":392,"sizeSlug":"large"}

ବୁଧବାର ଏନସିଏଲଏ ଟିଙ୍କ ରାୟ ମିସ୍ତ୍ରୀଙ୍କ ସପକ୍ଷରେ ଯାଇଥିବା ବେଳେ ଏବେ ଏହାକୁ ତାଙ୍କର ସବୁଠାରୁ ବଡ ବିଜୟ ବୋଲି କୁହାଯାଉଛି।  ଏହା ପୂର୍ବରୁ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ (ଏନସିଏଲଟି) ମୁମ୍ବାଇ ବେଞ୍ଚ ସାଇରସ୍‌ ମିସ୍ତ୍ରୀଙ୍କୁ ଟାଟା ସନ୍ସରୁ ହଟାଇବା ଲାଗି ନିଷ୍ପତ୍ତି ବିରୋଧରେ ଆଗତ ସମସ୍ତ ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ। ଇନଭେଷ୍ଟମେଣ୍ଟ ଫାର୍ମ ସାଇରସ୍ ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିଃ ଓ ଷ୍ଟର୍ଲିଂ ଇନଭେଷ୍ଟମେଣ୍ଟ କର୍ପ ଏଥିଲାଗି ପିଟିସନ ଦାଖଲ କରିଥିଲେ। ଏହା ପରେ ନିଜେ ସାଇରସ ମିସ୍ତ୍ରୀ ଏନସିଏଲଟିରେ ଆବେଦନ କରିଥିଲେ।

{"id":199362,"sizeSlug":"large"}

ଜାଣନ୍ତୁ ପୁରା ବିବାଦ
ଟାଟା ସନ୍ସ ଅଧ୍ୟକ୍ଷ ପଦରୁ ରତନ ଟାଟା ୨୦୧୨ ମସିହାରେ ଅବସର ଗ୍ରହଣ କରିଥିଲେ। ତାଙ୍କ ପରେ ଏହି ପଦବୀରେ ସାଇରସ୍ ମିସ୍ତ୍ରୀଙ୍କୁ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅବସ୍ଥାପିତ କରାଯାଇଥିଲା। ତେବେ ୨୦୧୬ ମସିହାରେ ଦୁର୍ବ୍ୟବହାର ଅଭିଯୋଗରେ ଟାଟା ସନ୍ସ ମ୍ୟାନେଜମେଣ୍ଟ ବୋର୍ଡ ସାଇରସ୍ ମିସ୍ତ୍ରୀଙ୍କୁ କମ୍ପାନୀରୁ ବହିଶଷ୍କାର କରିଥିଲେ। ୨୪ ଅକ୍ଟୋବର ୨୦୧୬ରେ ସାଇରସ୍‌ଙ୍କୁ ଟାଟା ସନ୍ସରୁ ବାହା କରିଦିଆଯାଇଥିବା ବେଳେ ପରେ ଗ୍ରୁପର ଅନ୍ୟ କମ୍ପାନୀରୁ ବି ବହିଷ୍କାର କରାଯାଇଥିଲା। ଏହା ପରେ ସାଇରସ୍ କମ୍ପାନୀର ୬ଟି ବୋର୍ଡରୁ ସାଇରସ୍ ନିଜେ ଇସ୍ତଫା ଦେଇଥିଲେ। ତେବେ ଟାଟା ସନ୍ସ ଓ ରତନ ଟାଟାକୁ ସେଏନସିଏଏଲଟିକୁ ଘୋଷାଡିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.