ଜୟାପ୍ରଦାଙ୍କ ଅଡୁଆ ବଢିଲା : ନିର୍ବାଚନୀ ମାମଲାରେ ଜାମିନ୍ ବିହୀନ ୱାରେଣ୍ଟ
7/03/2020 at 4:11 PM

ରାମପୁର ୭।୩ : ଅଭିନେତ୍ରୀରୁ ରାଜନେତ୍ରୀ ଜୟାପ୍ରଦାଙ୍କ ଅଡୁଆ ବଢିଛି । ଏହି ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟିର ନେତ୍ରୀ ଜୟାପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି ଉତ୍ତରପ୍ରଦେଶର ରାମପୁର କୋର୍ଟ । ଜୟାପ୍ରଦା ରାମପୁରରୁ ବିଜେପି ଟିକେଟରେ ୨୦୧୯ ଲୋକସଭା ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଥିଲେ । ତେବେ ସେ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କଠାରୁ ରାମପୁର ଲୋକସଭା ଆସନରେ ପରାଜିତ ହୋଇଥିଲେ ।

ଏବେ ତାଙ୍କ ବିରୋଧରେ ୨୦୧୯ ଲୋକସଭା ନିର୍ବାଚନ ସମୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଆସିଛି ଜାମିନ୍ ବିହୀନ ପରଓ୍ବାନା । ଗତ ନିର୍ବାଚନ ସମୟରେ ଜୟାପ୍ରଦାଙ୍କ ବିରୋଧରେ ଏନେଇ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଜୟାପ୍ରଦାଙ୍କ ନାମରେ ଏନବିଡବ୍ଲୁ ଜାରି ସହ ରାମପୁର କୋର୍ଟ ଏପ୍ରିଲ ୨୦ ତାରିଖକୁ ପରବର୍ତ୍ତୀ ଶୁଣାଣି ଧାର୍ଯ୍ୟ କରିଛନ୍ତି। ଏହି ତାରିଖରେ ଜୟାପ୍ରଦାଙ୍କୁ କୋର୍ଟରେ ହାଜର ହେବାକୁ ପଡିବ।

ଜୟା ପ୍ରଦା ହିନ୍ଦୀ ସିନେମାର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଭାବରେ କାମ କରିଛନ୍ତି | ଜୟା ପ୍ରଦା ଅନେକ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି | ଜୟା ପ୍ରଦା ଆନ୍ଧ୍ରପ୍ରଦେଶରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା କୃଷ୍ଣା ଜଣେ ତେଲୁଗୁ ଚଳଚ୍ଚିତ୍ରର । ଜୟା ପ୍ରଦାଙ୍କୁ ଅନେକ ଥର ଶ୍ରେଷ୍ଠ ଅଭିନେତ୍ରୀ ଏବଂ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମଧ୍ୟ ପ୍ରଦାନ କରାଯାଇଛି | ସେ ବଲିଉଡରେ ଶହେରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି କରିଛନ୍ତି।

ଜୟାପ୍ରଦା ୧୯୯୪ରେ ତେଲୁଗୁ ଦେଶମ୍ ପାର୍ଟିରୁ ରାଜନୀତିରେ ପାଦ ଦେଇଥିଲେ। ୧୯୯୬ରେ ଜୟାପ୍ରଦା ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ପରେ ସେ ସମାଜବାଦୀ ପାର୍ଟିରେ ଯୋଗଦେଇଥିଲେ । ୨୦୦୪ ଲୋକସଭା ନିର୍ବାଚନ ସେ ରାମପୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ଏସପି ଟିକେଟ୍ ରେ ପ୍ରତିଦ୍ବନ୍ଦିତା କରିଥିଲେ ଏବଂ ଜିତିଥିଲେ। ଏହାପରେ ଜୟାପ୍ରଦା ସେହି ଆସନରୁ ୨୦୦୯ ଲୋକସଭା ନିର୍ବାଚନରେ ଜିତିଥିଲେ। କିନ୍ତୁ ସେ ସମାଜବାଦୀ ପାର୍ଟି ଛାଡି ବିଜେପିକୁ ଆସିଥିଲେ । ୨୦୧୯ରେ ଜୟା ପ୍ରଦାଙ୍କୁ ବିଜେପି ରାମପୁରରୁ ଟିକେଟ୍ ଦେଇଥିଲା ।
A non bailable warrant has been issued by a Rampur court against veteran actor and BJP leader Jaya Prada in a violation of model code of conduct case of 2019. Next hearing is on April 20. (file pic) pic.twitter.com/CA3xesRwlU
— ANI UP (@ANINewsUP) March 7, 2020