ସୋନିଆଙ୍କ ଗଣମାଧ୍ୟମ ବିଜ୍ଞାପନ କଟକଣା ପ୍ରସ୍ତାବକୁ NBAର ବିରୋଧ

Published By : Prameya-News7 Bureau | April 08, 2020 IST

ନୂଆଦିଲ୍ଲୀ ୮।୪: କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ପତ୍ର ଲେଖିଥିଲେ। ଯେଉଁଥିରେ ସରକାର ଓ ସରକାରୀ ଉପକ୍ରମମାନଙ୍କ ଦ୍ୱାରା ମିଡିଆ ବିଜ୍ଞାପନ ଉପରେ ୨ ବର୍ଷ ପର୍ଯ୍ୟନ୍ତ କଟକଣା ଲଗାଇବାକୁ ପରାମର୍ଶ ଦେଇଥିଲେ। ଯାହାକୁ ଏବେ ନ୍ୟୁଜ୍ ବ୍ରଡକାଷ୍ଟର ଆସୋସିଏସନ (ଏନବିଏ) ନିନ୍ଦା କରିବା ସହ ଏଭଳି ପରାମର୍ଶ ଗମମାଧ୍ୟମ କର୍ମଚାରୀଙ୍କ ମନବଳ ହ୍ରାସ କରିବ ବୋଲି କହିଛି।

{"id":251001,"width":574,"height":268,"sizeSlug":"large"}

ପ୍ରଧାନମନ୍ତ୍ରୀଙ୍କୁ ଲେଖିଥିବା ପତ୍ରରେ ସୋନିଆ ବିଭିନ୍ନ ପରାମର୍ଶ ଦେଇଛନ୍ତି। ଯେଉଁଥିରେ ଦେଶର କରୋନା ଯୁଦ୍ଧ ଲାଗି ପାଣ୍ଠି ଯୋଗାଡ ଏବେ ଦେଶ ଲାଗି ସବୁଠୁ ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଛନ୍ତି। ଏଥିରେ ସେ ସରକାର ଓ ସରକାରୀ ଉପକ୍ରମମାନଙ୍କ ଦ୍ୱାରା ଟେଲିଭିଜନ, ପ୍ରିଣ୍ଟ ଓ ଅନଲାଇନ୍ ଗଣମାଧ୍ୟମକୁ ୨ ବର୍ଷ ପର୍ଯ୍ୟନ୍ତ ବିଜ୍ଞାପନ ପ୍ରଦାନ ଉପରେ ରୋକ ଲଗାଇବା ସହ ଏ ବାବଦରେ ସଞ୍ଚିତ ଅର୍ଥକୁ  ଦେଶର କରୋନା ମୁକାବିଲାରେ ବ୍ୟୟ କରାଯାଇପାରେ ବୋଲି ପ୍ରସ୍ତାବ ଦେଇଛନ୍ତି। ତେବେ କରୋନା ଓ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ବିଜ୍ଞାପନକୁ କଟକଣାରୁ ମୁକ୍ତ ରଖାଯାଇପାରେ ବୋଲି ସୋନିଆ ଉଲ୍ଲେଖ କରିଥିଲେ।

{"id":251007,"sizeSlug":"large"}

ତେବେ ଏନବିଏ ଅଧ୍ୟକ୍ଷ ରଜତ ଶର୍ମା ଗଣମାଧ୍ୟମ ବିଜ୍ଞାପନ ସମ୍ପର୍କିତ ସୋନିଆଙ୍କ ପରାମର୍ଶକୁ ସଂଘ ଅଗ୍ରାହ୍ୟ କରୁଥିବା କହିଛନ୍ତି। ସେ କହିଛନ୍ତି ଯେ ଗଣମାଧ୍ୟମ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଯେତେବେଳେ କରୋନା ସମ୍ପର୍କିତ ଖବର ପ୍ରସାରଣ କରି ରାଷ୍ଟ୍ରଲାଗି ସେମାନଙ୍କ ଦାୟିତ୍ୱ ନିର୍ବାହ କରୁଛନ୍ତି ସେତେବେଳେ କଂଗ୍ରେସ କାର୍ଯ୍ୟକାରୀ ଅଧ୍ୟକ୍ଷାଙ୍କ ପରାମର୍ଶ ସେମାନଙ୍କ ମନବଳ ହ୍ରାସ କରିଛି।  

{"id":251008,"sizeSlug":"large"}

ଶର୍ମା କହିଛନ୍ତି ଯେ ଆର୍ଥିକ ମାନ୍ଦାବସ୍ଥା ଯୋଗୁ ଟେଲିଭିଜନ ବିଜ୍ଞାପନ ରାଜସ୍ୱ ଆଶାତୀତ ହ୍ରାସ ହୋଇଛି। ଏଥିରେ କରୋନା ସଂକ୍ରମଣ ଓ ଏଥିଯୋଗୁ ଲକଡାଉନ୍‌ରେ ଦେଶବ୍ୟାପୀ ଉଦ୍ୟୋଗ ଏବଂ ବାଣିଜ୍ୟ ଏବେ ଗୁରୁତର ପ୍ରଭାବିତ ହେବା ଗଣମାଧ୍ୟମ ବ୍ୟବସାୟକୁ କ୍ଷତିଗ୍ରସ୍ତ କରିଛି। ଗଣମାଧ୍ୟମାନେ ସେମାନଙ୍କ ସାମ୍ବାଦିକ ଓ ଅନ୍ୟ କର୍ମଚାରୀଙ୍କ ସୁରକ୍ଷାଲାଗି ବିପୁଳ ବ୍ୟୟ କରୁଥିବା ବେଳେ କଂଗ୍ରେସ ଅଧ୍ୟକ୍ଷାଙ୍କର ଏହା  ଭୁଲ ସମୟରେ ଅଦୂରଦର୍ଶୀ ପରାମର୍ଶ ବୋଲି କହିଛନ୍ତି । ଏଭଳି ପରାମର୍ଶକୁ କଂଗ୍ରେସ ଅଧ୍ୟକ୍ଷା ପ୍ରତ୍ୟାହାର କରନ୍ତୁ ବୋଲି ଏନବିଏ ଅଧ୍ୟକ୍ଷ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.