Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ନଜରରେ ନିଜାମୁଦ୍ଦୀନ ଫେରନ୍ତା , ୨୮ଜଣଙ୍କ ମଧ୍ୟରୁ ୨୫ଜଣଙ୍କ ନମୁନା ନେଗେଟିଭ୍

4/04/2020 at 6:16 PM

ଭୁବନେଶ୍ୱର ୦୪।୦୪ : ସମସ୍ତଙ୍କ ଚିନ୍ତା ବଢାଇ ଦେଇଛନ୍ତି  ନିଜାମୁଦ୍ଦୀନର ତବିଲିଗି ଜମାତରେ ଯୋଗଦେଇଥିବା ସଦସ୍ୟ । ସାରାଦେଶରେ କରୋନା ସଂକ୍ରମଣରେ ସର୍ବବୃହତ ଏକକ ଉତ୍ସ ହୋଇଥିବା ତବଲିଗି ସଦସ୍ୟମାନେ ଓଡିଶାରେ ଆତଙ୍କ । ବର୍ତ୍ତମାନ ସୁଦ୍ଧା ନିଜାମୁଦ୍ଦୀନରୁ ଓଡିଶା ଫେରିଥିବା ୨୮ଜଣ ସଦସ୍ୟ ଠାବ କରାଯାଇ ସେମାନଙ୍କ ନମୁନା  ପରୀକ୍ଷା କରାଯାଇଛି । ୨୫ଜଣଙ୍କ ନେଗେଟିଭ୍‌ ଆସିଥିବା ବେଳେ ତିନିଜଣ ପଜିଟିଭ୍। ଏବେ ଚିକିତ୍ସାଧୀନ । ତିନିଜଣଙ୍କ ମଧ୍ୟରୁ ଜଣେ କଟକରେ ଠାବ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଯାଜପୁର ଓ ପୁରୀରେ ଠାବ ହୋଇଛନ୍ତି । ସେହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟମାନଙ୍କୁ ଠାବ କରିବା ଅଭିଯାନ ଜାରି ରହିଛି ।

ଏହି ପରିପେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ଫେରିଥିବା ତବଲିଗି ସଦସ୍ୟଙ୍କୁ ୧୦୪ନମ୍ବରରେ ଯୋଗାଯୋଗ କରି ଡାକ୍ତରୀ ପରାମର୍ଶ ନେବା ଡାକ୍ତରୀ ଚିକିତ୍ସା ସହାୟତା ନେବାକୁ ଅନୁରୋଧ କରିଛନ୍ତି । ସେହି ତବଲିଗି ସଦସ୍ୟମାନଙ୍କ  ସଂସ୍ପର୍ଶରେ ଆସିଥିବା ସମସ୍ୟ ବ୍ୟକ୍ତିଙ୍କ ସମାନ ଭାବେ ଆହ୍ୱାନ ଦେଇଛନ୍ତି । ଏହି ସୂଚନା ଦେଇ ରାଜ୍ୟ ସରକାରଙ୍କ କରୋନା ମୁକାବିଲା ଅଭିଯାନର  ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସ୍ପଷ୍ଟ କରିଛନ୍ତି । ସମସ୍ତ କରୋନା ସଂକ୍ରମିତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସରକାର ବହନ କରିବେ ଅର୍ଥାତ ସମ୍ପୂର୍ଣ୍ଣ ମାଗଣା ହେବ । ଏହା ସହ ନିଜାମୁଦ୍ଦୀନ ଯାଇଥିବା ବ୍ୟକ୍ତିମାନଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିମାନଙ୍କୁ ଆଗକୁ ଆସିବାକୁ କହିଛନ୍ତି । ଏହାସହିତ ବିଭିନ୍ନ ଗୋଷ୍ଠୀ ଓ ଧାର୍ମିକ ନେତାମାନଙ୍କୁ ମଧ୍ୟ ସରକାର ଏଥିପାଇଁ ଆହ୍ୱାନ କରି କରୋନା ମୁକାବିଲାରେ ସହଯୋଗ କରିବା ପାଇଁ କହିଛନ୍ତି ।

   Related Posts