ନୟାପଲ୍ଲୀ ଅଞ୍ଚଳରେ ଜବରଦଖଲ ଉଚ୍ଛେଦ

Published By : Prameya-News7 Bureau | August 01, 2018 IST

ନୟାପଲ୍ଲୀ ଅଞ୍ଚଳରେ ପୁଣି ବଡ଼ ଧରଣର ଜବରଦଖଲ ଉଚ୍ଛେଦ । ବିଏମସି, ବିଡିଏର ଏନଫୋର୍ସମେଣ୍ଟ ସ୍କ୍ବାର୍ଡ ପ୍ରାୟ ୨ କିଲୋମିଟର ଯାଏଁ ସ୍ବେରେଜ ଲାଇନ ଉପରୁ ଜବରଦଖଲ ହଟାଇଛନ୍ତି । ଇସ୍କନ ନିକଟରୁ ଇନ୍ଦ୍ରଧନୁ ମାର୍କେଟ ପର୍ଯ୍ୟନ୍ତ ଜବରଦଖଲ ହଟାଯାଇଛି । ପାଣି ପଶିବା ପରେ ପଶିଛି ଚେତା । ରାଜଧାନୀର ନୟାପଲ୍ଲୀ ଅଞ୍ଚଳରେ ପୁଣି ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରିଛି ବିଏମସି, ବିଡିଏର ଏନଫୋର୍ସମେଣ୍ଟ । IRC ଠାରୁ ଇନ୍ଦ୍ରଧନୁ ମାର୍କେଟ ଯାଏଁ ସ୍ବେରେଜ ଲାଇନ ଉପରୁ ଜବରଦଖଲକୁ ହଟାଇଛି ବିଏମସି, ବିଡିଏ, ଏନଏଚଆଇ ଓ ସ୍ବେରେଜ ବୋର୍ଡର ମିଳିତ ଟିମ୍ । ଜବରଦଖଲ କରିଥିବା କିଛି ଦୋକାନ, ଘରର ପାଚେରୀ ଆଦିକୁ ଭାଂଗିଛି ଟିମ୍ । ଏହି ସବୁ ଜବରଦଖଲ ଯୋଗୁଁ ସ୍ବେରେଜ ଲାଇନ ଜାମ୍ ହୋଇ ମଇଳା ବର୍ଷା ପାଣିରେ ମିଶି ବେହେରା ସାହି ଓ ଭୋଇ ସାହିକୁ ଯାଉଥିବା ଅଭିଯୋଗ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.