ନୂଆପଲ୍ଲୀ ପୁର୍ଣ୍ଣଚନ୍ଦ୍ର ନାୟକ ହତ୍ୟା ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଲାଣି, ହେଲେ ପୋଲିସ୍‌ର ହାତ ଖାଲି

Published By : Prameya-News7 Bureau | August 22, 2018 IST

ରହସ୍ୟ ଘେରରେ ନୂଆପଲ୍ଲୀ ପୁର୍ଣ୍ଣଚନ୍ଦ୍ର ନାୟକ ହତ୍ୟା ଘଟଣା । ଘଟଣାକୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଲାଣି । ତଥାପି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହେ।ଇନି କମିଶନରେଟ ପେ।ଲିସ । ଭୁବନେଶ୍ବର ଆଇଆରସି ଭିଲେଜ ସରକାରୀ ସ୍କୁଲ ପରିସରରୁ ପୁର୍ଣ୍ଣଚନ୍ଦ୍ରଙ୍କ ରକ୍ତାକ୍ତ ମୃତଦେହ ମଙ୍ଗଳବାର ସକାଳେ ଉଦ୍ଧାର ହୋଇଥିଲା । ନିଆଳି ଅଞ୍ଚଳର ପୂର୍ଣ୍ଣଚନ୍ଦ୍ରଙ୍କୁ କିଏ କାହିଁକି ହତ୍ୟାକଲା ତାର ଖୋଳତାଡ କରୁଛି ପୋଲିସ । ହେଲେ ଏଯାଏଁ ସଫଳତା ମିଳିନାହିଁ । କମିଶନରେଟ ପେ।ଲିସ ସ୍ଥାନୀୟ ଅଞ୍ଚଳର ସିସିଟିଭି ଯାଞ୍ଚ କରୁଛି ।ସେହିଭଲି ପୂର୍ଣ୍ଣଙ୍କ ଦୁଇଟି ମେ।ବାଇଲ ନମ୍ବର ମଧ୍ୟ ଯାଞ୍ଚ ଚାଲିଛି । ସେପଟେ ପୂର୍ଣ୍ଣଚନ୍ଦ୍ରଙ୍କୁ ରାଜନୈତିକ କାରଣ ପାଇଁ ହତ୍ୟା କରାଯାଇଥିବା ଅଭିଯେ।ଗ କରିଛନ୍ତି ପୂର୍ଣ୍ଣଚନ୍ଦ୍ରଙ୍କ ପରିବାର ଲୋକେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.