କିଡନୀ କେଳେଙ୍କାରୀର ଖୋଲିବ ଗୁମର : ମାଷ୍ଟରମାଇଣ୍ଡ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟଙ୍କ ଅନୁମତି

Published By : Prameya-News7 Bureau | January 15, 2021 IST

ଭୁବନେଶ୍ବର ୧୫।୧: କିଡନୀ କେଳେଙ୍କାରୀର ଗୁମର ଖୋଲିବ ନୟାପଲ୍ଲୀ ଥାନା ପୋଲିସ ।  ମାଷ୍ଟରମାଇଣ୍ଡ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଲେ ଏସଡିଜେଏମ କୋର୍ଟ ।

କିଡନୀ ରାକେଟର ମୁଖ୍ୟ ହିମାଂଶୁ ନନ୍ଦକୁ ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ରିମାଣ୍ଡ ଅବଧି ସମୟରେ ହିମାଂଶୁ କାହାକୁ କାହାକୁ କିଡନୀ ଦେବାକୁ କହି ଠକେଇ କରିଛି ତାର ଖୋଳତାଡ କରିବ । ଏହା ସହିତ ଏହି କିଡନୀ ରାକେଟରେ ଆଉ କିଏ କିଏ ସଂପୃକ୍ତ ସେ ସମ୍ପର୍କରେ ମଧ୍ୟ ପଚରା ଉଚୁରା କରିବ ନୟାପଲ୍ଲୀ ଥାନା ପୋଲିସ ।

ମଞ୍ଚେଶ୍ବର ଥାନାରେ ହିମାଂଶୁଙ୍କ ବିରୋଧରେ ଆହୁରି ୧୮ କୋଟିର ଅଭିଯୋଗ ହୋଇଛି । କିଡନୀ ଦେବାକୁ କହି ହିମାଂଶୁ ଠକେଇ କରୁଥିବା ଟଙ୍କା କଣ କଲା । ମନପୁରମ୍ ଗୋଲ୍ଡରେ କିଛି ସୁନା କିଣି ବନ୍ଧକ ରଖିବା ସହିତ ଦୁଇଟି ଦାମୀ କାର୍ କିଣିଛି ହିମାଂଶୁ । ସେଗୁଡିକ ଜବତ କରିବାକୁ ପ୍ରୟାସ ଆରମ୍ଭ କରିଛି କମିଶନରେଟ୍ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.