Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି

8/12/2021 at 9:57 AM

ଭୁବନେଶ୍ବର ୮।୧୨: ଚାରି ଦିନିଆ ରିମାଣ୍ଡରେ ଯିବେ ଦୁଇ କଣ୍ଟ୍ରାକ୍ଟ କିଲର । ଭୁବନେଶ୍ବର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲରକୁ ଗିରଫ କରିଥିଲା ପୋଲିସ । ବୁଧବାର ୪ ଦିନିଆ ରିମାଣ୍ଡରେ ଯିବେ ଦୁଇ କଣ୍ଟ୍ରାକ୍ଟ କିଲର । ରିମାଣ୍ଡ ଅନୁମତି ଦେଇଛନ୍ତି ଭୁବନେଶ୍ବର ଏସଡିଜେଏମ୍ କୋର୍ଟ । ଦୁଇ ଅଭିଯୁକ୍ତ ହେଲେ ସମ୍ପଦ ସାହୁ ଓ ତାର ସହଯୋଗୀ ପ୍ରଶାନ୍ତ ଦାଶ । ୨ ଜଣଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନୟାପଲ୍ଲୀ ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ନୟାପଲ୍ଲୀ ଅଞ୍ଚଳରୁ ସୁପାରୀ କିଲର ସମ୍ପଦ ସାହୁକୁ ଗିରଫ କରିଥିଲା ନୟାପଲ୍ଲୀ ଥାନା ପୋଲିସ । ପୂର୍ବରୁ ସମ୍ପଦକୁ ଦୁଇ ଦିନିଆ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଥିଲେ । ତେବେ ଏହି ରିମାଣ୍ଡ ଅବଧି ସମୟରେ ଘଟଣାସ୍ଥଳରୁ ଫେରାର ଅଭିଯୁକ୍ତ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବ ପୋଲିସ । ସମ୍ପଦକୁ କିଏ ସୁପାରୀ ଦେଇ କାହାକୁ ହତ୍ୟା ପାଇଁ ଯୋଜନା କରିଥିଲା । ସମ୍ପଦ କେତେ ମାଉଜର ମୁଙ୍ଗେରରୁ ଆଣି ବିକ୍ରି କରିଛି। ଏ ସବୁର ଖୋଳତାଡ କରିବ କମିଶନରେଟ୍ ପୋଲିସ ।

   Related Posts