ପ୍ରଧାନମନ୍ତ୍ରୀଙ୍କ ‘ମନକି ବାତ୍’ରେ ଓଡ଼ିଶାର ନାୟକ ସାର, ଜାଣନ୍ତୁ ସେ କିଏ ? କ'ଣ କରୁଛି ତାଙ୍କ ‘ମହାଗୁରୁ ବଟାଲିୟନ’

Published By : Prameya-News7 Bureau | February 28, 2021 IST

ନୂଆଦିଲ୍ଲୀ ୨୮।୨: ଫେବୃଆରୀ ଶେଷ ରବିବାର ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହ ‘ ମନକି ବାତ’ କରିଛନ୍ତି। ବେତାର କାର୍ଯ୍ୟକ୍ରମର ୭୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାର ନାୟକ ସାରଙ୍କ ସମ୍ପର୍କରେ କହିଛନ୍ତି। ଯାହା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।

{"id":416056,"width":577,"height":385,"sizeSlug":"large","linkDestination":"none"}

ନାୟକ ସାରଙ୍କ ପୁରା ନାମ ସିଲୁ ନାୟକ ଓ ସେ ଜଗତସିଂହପୁର ଜିଲ୍ଲା ଅରଖକୁଦ ଗ୍ରାମର। ସିଲୁ ସ୍ଥାନୀୟ ଅଞ୍ଚଳରେ ନାୟକ ସାର ନାମରେ ବେଶ ପରିଚିତ। ଗ୍ରାମୀଣ ଅଞ୍ଚଳର ଶିକ୍ଷିତ ଯୁବକ ଯୁବତୀ ଯେଉଁମାନେ ସେନା, ପୋଲିସ ଓ ଅର୍ଦ୍ଧସାମରିକ ବଳରେ ଯୋଗଦେଇ ଭାରତମାତାଙ୍କ ସେବା କରିବାକୁ ଆଗ୍ରହୀ ସେମାନଙ୍କ ଲାଗି ନାୟକ ‘ମହାଗୁରୁ ବଟାଲିୟନ’ ନାମରେ ଏକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା କରିଛନ୍ତି।

{"id":416059,"width":576,"height":379,"sizeSlug":"large","linkDestination":"none"}

ମହାଗୁରୁ ବଟାଲିୟନର ଅନେକ ପ୍ରଶିକ୍ଷଣାର୍ଥୀ ଏବେ ସେନା, ନୌସେନା, ସିଆରପିଏଫ, ବିଏସଏଫ ସମେତ ରାଜ୍ୟ ପୋଲିସ ଓ ରେଳବାଇ ସୁରକ୍ଷା ବଳରେ ଦେଶର ସେବା କରୁଛନ୍ତି। ଏହି ଶିକ୍ଷଣ ସଂସ୍ଥାରେ ଯୁବକଯୁବତୀଙ୍କ ଫିଜିକାଲ ଫିଟନେସ୍‌ ସହ ସେମାନେ ସାମରିକ, ଅର୍ଦ୍ଧସାମରିକ ଓ ପୋଲିସ ନିଯୁକ୍ତିରେ ସମ୍ମୁଖୀନ ହେଉଥିବା ଲିଖିତ ଓ ସାକ୍ଷାତକାର ପରୀକ୍ଷା ଲାଗି ନାୟକ ସାର ସେମାନଙ୍କୁ ପ୍ରଶିକ୍ଷିତ କରୁଛନ୍ତି। ତାଙ୍କର ନିଶ୍ୱାର୍ଥପର ସେବା ଓ ଯୁବକ ଯୁବତୀଙ୍କ ମଧ୍ୟରେ ସେ ସୃଷ୍ଟି କରିପାରିଥିବା ଉତ୍ସାହକୁ ପ୍ରଧାନମନ୍ତ୍ରୀ ବାସ୍ତବରେ ପ୍ରଶଂସନୀୟ କହିଛନ୍ତି।

{"id":416061,"sizeSlug":"large","linkDestination":"none"}

ସିଲୁ ନାୟକଙ୍କୁ ପ୍ରଧାନମନ୍ତ୍ରୀ ‘ମ୍ୟାନ ଅଫ ମିସନ’ ବୋଲି କହିଛନ୍ତି। ତାଙ୍କ ପ୍ରେରଣାରେ ହଜାର ହଜାର ଯୁବକ ଯୁବତୀ ଆଜି ଦେଶମାତୃକା ଲାଗି ନିଜକୁ ଉତ୍ସର୍ଗ କରିପାରିଛନ୍ତି। ଆଜିର ବ୍ୟବସାୟୀକ ପ୍ରତିସ୍ପର୍ଦ୍ଧା କାଳରେ ବାସ୍ତବିକ ସିଲୁ ନାୟକଙ୍କ ଭଳି ଉତ୍ସର୍ଗିକୃତ ବ୍ୟକ୍ତିତ୍ୱ ମିଳିବା କଷ୍ଟକର। ସେହିପରି ତାଙ୍କ ବଟାଲିୟନ ମଧ୍ୟ।

{"id":416060,"sizeSlug":"large","linkDestination":"none"}

ପ୍ରଧାନମନ୍ତ୍ରୀ ତାଙ୍କ ମନକି ବାତ୍‌ରେ ଜଳ ସଂରକ୍ଷଣ ଓ ଏହାର ସୁଷମ ଉପଯୋଗ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି। ଏହିକ୍ରମରେ ମଧ୍ୟପ୍ରଦେଶ ଅଗରୋଠା ଗାଁରେ ରହୁଥିବା ବବିତା ରାଜପୁତଙ୍କୁ ତାଙ୍କ କାର୍ଯ୍ୟଲାଗି ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି। ଗାଁରେ ଅବ୍ୟବହୃତ ପଡିଥିବା ଶୁଷ୍କ ପୁଷ୍କରିଣୀକୁ ବବିତା ପୁଣି ଜଳପୂର୍ଣ୍ଣ ପୁଷ୍କରିଣୀରେ ପରିଣତ କରିଛନ୍ତି। ଯାହା ଏବେ ଗ୍ରାମ ଲାଗି ଆଦର୍ଶ ପାଲଟିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.