Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୃଷକଙ୍କ ପରି ଆମକୁ ମଧ୍ୟ ଦେବାକୁ ପଡିବ ବଳିଦାନ, ତେବେ ଯାଇ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ ୩୭୦: ଫାରୁକ ଅବଦୁଲ୍ଲା
  • ||
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||

ସ୍କୁଟିରେ ଯାଉଥିବା ବେଳେ ଧରିଲା ପୋଲିସ୍‌, ୪୩ ଗ୍ରାମ୍‌ ବ୍ରାଉନ୍‌ସୁଗାର ସହ ଜଣେ ଗିରଫ

14/11/2021 at 8:29 AM

ନୟାଗଡ, ୧୪/୨୧: ୪୩ ଗ୍ରାମ୍ ବ୍ରାଉନ୍‌ସୁଗାର୍ ଜବତ କରିବା ସହ ଜଣକୁ ଗିରଫ କରିଛି ଫତେଗଡ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହଲେ ନାଗା ଆଲିଆସ୍ ସହଦେବ ବାରିକ । ନାଗା ଏକ ସ୍କୁଟିରେ ଆସୁଥିବାବଳେ ବିଶେଷ ସୁତ୍ରରୁ ଖବର ପାଇ ଫତେଗଡ ପୋଲିସ ଭାପୁର ଷ୍ଟେଟ୍‌ବ୍ୟାଙ୍କ୍ ଛକରେ ତାକୁ ଅଟକାଇ ଖାନତଲାସି କରିବା ସମୟରେ ତାଠାରୁ ୪୨ଗ୍ରାମ୍ ୯୬୦ ମିଲିଗ୍ରାମ୍ ବ୍ରାଉନ୍‌ସୁଗାର ଜବତ କରିଥିଲା । ଶନିବାର ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି ।

ଅତିରିକ୍ତ ଏସ୍.ପି. ପ୍ରେସ୍‌ମିଟ୍‌ରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ନାଗା ଜଣେ ପେଷାଦାର୍ ଅପରାଧୀ ବୋଲି ଅତିରିକ୍ତ ଏସ୍.ପି. କହିଛନ୍ତି । ନାଗା ନାଁରେ ନୟାଗଡ ଜିଲ୍ଲା ଏବଂ କମିସନରେଟ୍‌ରେ ବିଭିନ୍ନ ଥାନାରେ ବହୁ ସଙ୍ଗିନ ମାମଲା ରହିଥିବା ସେ ସୂଚନା ଦେଇଛି । ଏପରିକି ୨୦୧୭ରେ ନାଗାକୁ କମିସନରେଟ୍ ପୋଲିସ ଏନ୍‌କାଉଣ୍ଟର୍ କରିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ଅଧିକ ତଦନ୍ତ ପାଇଁ ନାଗାକୁ ଦରକାର ପଡିଲେ ରିମାଣ୍ଡ୍‌ରେ ଅଣାଯିବ ବୋଲି ପୋଲିସ କହିଛି ।

   Related Posts