ନାବାଳିକା ଅପହରଣକାରୀ ଦିବ୍ୟାଙ୍ଗ ଯୁବକ ଗିରଫ, ଭିକ୍ଷାବୃତ୍ତିରେ ଲଗାଉଥିଲା ପିଲାଙ୍କୁ

Published By : Prameya-News7 Bureau | July 20, 2019 IST

ନୟାଗଡ ୨୦|୭: ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରୁ ଅପହୃତ ଜଣେ ନାବାଳିକାଙ୍କୁ ଶୁକ୍ରବାର ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପରିସରରୁ ଉଦ୍ଧାର କରିଛି ପୋଲିସ । ଏଥିସହିତ ଅପହରଣ କରି ନାବାଳିକାମାନଙ୍କୁ ଭିକ୍ଷାବୃତ୍ତିରେ ଲଗାଉଥିବା ଦିବ୍ୟାଙ୍ଗ ଯୁବକକୁ ପୋଲିସ ଗିରଫ କରିଛି । 

{"id":135631}

ସୂଚନାଯୋଗ୍ୟ ଯେ, ଶଙ୍କର ଭୋଇ ନାମକ ଜଣେ ଦିବ୍ୟାଙ୍ଗ ଯୁବକଙ୍କ ନାଁରେ ସଂଘାତିକ ଅଭିଯୋଗ ହୋଇଛି । ଦିବ୍ୟାଙ୍ଗ ହେବାର ଫାଇଦା ଉଠାଇ ବିଭିନ୍ନ ଅଞ୍ଚଳରୁ ଛୋଟଛୋଟ ଝିଅମାନଙ୍କର ଅପହରଣ କରି ଭିକ୍ଷାବୃତ୍ତିରେ ଲଗାଇ ସହଜ ଉପାୟରେ ପଇସା ରୋଜଗାର କରୁଥିଲା ଶଙ୍କର । ଶଙ୍କର ନାମରେ ରାଜ୍ୟର ବିଭିନ୍ନ ଥାନାରେ ୬ରୁ ଅଧିକ ନାବାଳିକା ଅପହରଣ ମାମଲା ରହିଛି ।

{"id":135632}

ଗତ ୬ ତାରିଖରେ ନୟାଗଡ ଜିଲ୍ଲା ଚାନ୍ଦପୁର ସହରରେ ଭାଇ ସହ ଖେଳୁଥିବା ସମୟରେ ଜଣେ ନାବାଳିକାକୁ ଅପହରଣ କରିନେଇଥିଲା ଶଙ୍କର । ନାବାଳିକାର ପରିବାର ଲୋକେ ଖୋଜାଖୋଜି କରି ନପାଇବାପରେ ଥାନାରେ ଅଭିଯୋଗ କରିଥିଲେ । ସ୍ଥାନୀୟ ଏକ ବିଦ୍ୟାଳୟର ସିସିଟିଭିରୁ ତଥ୍ୟ ପାଇବା ପରେ ପୋଲିସ ୪ଟି ଟିମ୍ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଶେଷରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ନାବାଳିକାକୁ ଧରି ଭିକ୍ଷା ମାଗୁଥିବା ସମୟରେ ନୟାଗଡ ପୋଲିସ ଶଙ୍କରକୁ ଧରିଥିଲା ।

{"id":135633}

ବିଭିନ୍ନ ରେଳଷ୍ଟେସନ, ବସଷ୍ଟାଣ୍ଡ, ଡାକ୍ତରଖାନା ପରିସରରେ ସେ ଭିକ୍ଷାବୃତ୍ତି କରିଥାଏ ବୋଲି ଏସପି କହିଛନ୍ତି । ନିଜେ ଜଣେ ଦିବ୍ୟାଙ୍ଗ ହୋଇଥିବାରୁ ଏବଂ ସାଥିରେ ଜଣେ ନାବାଳିକା ରହୁଥିବାରୁ ଶଙ୍କର ଲୋକଙ୍କ ଅନୁକମ୍ପା ପାଇବାରେ ସକ୍ଷମ ହେଉଥିଲା ।

{"id":135634}

ଅପହରଣରେ ଅନ୍ୟ କାହାର ହାତ ରହିଛି କି ନାହିଁ ଅପହରଣ ପଛରେ କେବଳ ଭିକ୍ଷାବୃତ୍ତି ନା ଆଉ କିଛି ରହିଛି ତାହାର ତଦନ୍ତ କରୁଛି ପୋଲିସ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.