ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ କାବୁଲି ଖାଁ ଆହତ

Published By : Prameya-News7 Bureau | June 04, 2018 IST

ନୟାଗଡ ପୋଲିସର ଅପରେସନ କ୍ଲିନ୍ । ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଧାନ୍ତ କାବୁଲି ଖାଁ ଆହତ ହୋଇଛି । କାବୁଲିର ଡାହାଣ ଗୋଡରେ ବାଜିଛି ଗୁଳି । ତାଙ୍କୁ ପ୍ରଥମେ ନୟଗଡ଼ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । କାବୁଲିଠାରୁ ଗୋଟିଏ ଦେଶି ବନ୍ଧୁକ, ୪ ଟି ଗୁଳି ଏବଂ ଗୋଟିଏ ବାଇକ୍ ଜବତ ହୋଇଛି । ଗତ ରାତିରେ ଶରଣକୁଳ ଥାନା ସୋଲପେଟା ଓ ମଗରବନ୍ଧ ରାସ୍ତାରେ କାବୁଲିକୁ ଏନକାଉଣ୍ଟର କରିଛି ନୟାଗଡ ପୋଲିସ । ଗଣିଆ ଥାନା ଅଧିକାରୀ ଏବଂ ନୟାଗଡ ଓ ଶରଣକୁଳ ଥାନା ଅଧିକାରୀ କାବୁଲିକୁ ଧରିବାକୁ ଚେଷ୍ଟା କରିଥିଲେ । ହେଲେ କାବୁଲି ପ୍ରଥମେ ପୋଲିସ ଉପରକୁ ଫାୟାରିଂ କରି ଖସି ଯିବାକୁ ଉଦ୍ୟମ କରିଥିବା ବେଳେ ପୋଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ଆହତ ହୋଇଛି । କାବୁଲି ଖାଁର ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଅଞ୍ଚଳରେ । କାବୁଲି ନାଁରେ ଖୋର୍ଦ୍ଧା,ବୋଲଗଡ, ନୟାଗଡ ଜିଲ୍ଲାର ବିଭିନ୍ ଥାନାରେ ରହିଛି ଏକାଧିକ ମାମଲା । ଗତ ଫେବୃଆରୀରେ ଖଣ୍ଡପଡା ଥାନା ଅଞ୍ଚଳରେ ଛେଳି ବେପାରୀଙ୍କ ଗାଡି ଉପରକୁ ବୋମାମାଡ କରି ଟଙ୍କା ଲୁଟ୍ ଘଟଣା ଏବଂ ଗତମାସରେ ଗଣିଆ ଥାନା ଅଞ୍ଚଳରେ ଫାଇନାନ୍ସ କମ୍ପାନୀ ଏଜେଣ୍ଟଙ୍କ ଠାରୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ ଘଟଣାରେ କାବୁଲି ସମ୍ପୃକ୍ତ ଥିଲା ବୋଲି ପୋଲିସ କହିଛି । ସେହିପରି ସୁନାଖେଳା ଫାଣ୍ଡି ଅଞ୍ଚଳରେ ମଧ୍ୟ କାବୁଲି ବହୁ ଡାକୟତୀ ଘଟଣାରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହା ସହ ସେ ହାଇଦର ଗ୍ୟାଙ୍ଗ ସହିତ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ଚଳିତ ବର୍ଷ ନୟାଗଡ ପୋଲିସର ଏହା ହେଉଛି ଚତୁର୍ଥ ଏନକାଉଣ୍ଟର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.