ପୁଅକୁ ପୋଲିସ ବାନ୍ଧିଲା, ପ୍ରତିବାଦରେ ମାଆ ନିଜ ଦେହରେ ଲଗାଇଦେଲା ନିଆଁ

Published By : Prameya-News7 Bureau | February 12, 2020 IST

 ବ୍ରହ୍ମପୁର ୧୨।୦୨: ବ୍ରହ୍ମପୁରରେ ଏସପି ଅଫିସ ସାମ୍ନାରେ ନିଜ ଦେହରେ କିରୋସିନ ଢ଼ାଳି ନିଆଁ ଲଗାଇଦେଲେ ମହିଳା । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଏମକେସିଜି ଓ ପରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ନିଜ ଦେହରେ ନିଆଁ ଲଗାଇଥିବା ମହିଳା ଜଣକ ହେଲେ ସ୍ଥାନୀୟ ବୈଦ୍ୟନାଥପୁର ଥାନା ଅଂଚଳର ମିନାକ୍ଷୀ ମିଶ୍ର । ପାର୍କିଂକୁ ନେଇ ଅନ୍ୟଗୋଷ୍ଠୀର ଆକ୍ରମଣର ଶିକାର ହୋଇଥିବା ପୁଅକୁ କାହିଁକି ପୋଲିସ ଗିରଫ କରିଛି ତା’ର ପ୍ରତିବାଦରେ ମିନାକ୍ଷୀ ଏଭଳି କରିଥିବା କୁହାଯାଉଛି । ତେବେ ଏନେଇ ସେ ମଧ୍ୟ ପୂର୍ବରୁ ପ୍ରେସମିଟ୍‌ କରି ନ୍ୟାୟ ନମିଳିଲେ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଥିଲେ ।

{"id":223712,"sizeSlug":"large"}

ଏସପି ଅଫିସ ଆଗରେ ନିଜ ଦେହରେ କିରୋସିନ୍‌ ଢାଳି ନିଆଁ ଲଗାଇଦେଲେ ମହିଳା । ତୁରନ୍ତ ଉଦ୍ଧାର କରି ଏମକେସିଜିରେ ଭର୍ତ୍ତି କଲେ ପୋଲିସ କର୍ମୀ । ସଙ୍କଟାପନ୍ନ ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର । ଆଜି ବ୍ରହ୍ମପୁରରେ ଘଟିଛି ଏଭଳି ଏକ  ଅଭାବନୀୟ ଘଟଣା । ଏସପି ଅଫିସ ସାମ୍ନାରେ ଆତ୍ମାହୂତି ଉଦ୍ୟମ କରିଥିବା ମହିଳା ଜଣକ ହେଲେ ସ୍ଥାନୀୟ ବୈଦ୍ୟନାଥପୁର ଥାନା ଅଂଚଳର ମିନାକ୍ଷୀ ମିଶ୍ର । ତାଙ୍କ ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଛି । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

{"id":223713,"sizeSlug":"large"}

ଗତ ଜାନୁଆରୀ ୨୮ରେ ମିନାକ୍ଷୀଙ୍କ ଘର ସାମ୍ନାରେ ବାଇକ୍‌ ପାର୍କିଂକୁ ନେଇ କିଛି ଯୁବକଙ୍କ ସହ ତାଙ୍କ ପୁଅର ଗଣ୍ଡଗୋଳ ହୋଇଥିଲା । ଯାହାକୁ ନେଇ ପୁଅ ରାଜା ଉପରେ ସଂଘବଦ୍ଧ ଆକ୍ରମଣ କରିଥିଲେ ସଂପୃକ୍ତ ଯୁବକମାନେ । ଆକ୍ରମଣ ସମୟର  ସିସିଟିଭି ଭିଜୁଆଲ୍‌ ରେକର୍ଡ ହୋଇଛି । ଏମିତିକି ଆକ୍ରମଣକାରୀମାନେ ମିନାକ୍ଷୀଙ୍କୁ ମଧ୍ୟ ଆକ୍ରମଣ କରିଥିବାର ସିସିଟିଭି ଭିଜୁଆଲରେ ସ୍ପଷ୍ଟ ହେଉଛି ।  

{"id":223714,"sizeSlug":"large"}

ଏହି ଘଟଣାରେ ଉଭୟପକ୍ଷର ଅଭିଯୋଗ ଆଧାରରେ ପୋଲିସ ଆଶିଷ ମହାରଣା, ପିଣ୍ଟୁ ବେହେରା, ସୁନୀଲ ମହରାଣା ଓ କାଳିଆ ସାହୁ ସହ ଆକ୍ରମଣର ଶିକାର ହୋଇଥିବା ମିନାକ୍ଷୀଙ୍କ ପୁଅ ରାଜାକୁ ମଧ୍ୟ ଗିରଫ କରିଥିଲା । ତେବେ ପୁଅର ଗିରଫଦାରି ପ୍ରତିବାଦରେ ନ୍ୟାୟ ନମିଳିଲେ ଆତ୍ମାହୂତି ଦେବାକୁ ପ୍ରେସମିଟ୍‌ କରି ଚେତାବନୀ ଦେଇଥିଲେ ମିନାକ୍ଷୀ ।

{"id":223715,"sizeSlug":"large"}

ଆଜି ସେ ଏସପିଙ୍କୁ ଭେଟିବାକୁ ଯାଇଥିବା ବେଳେ ଦୀର୍ଘ ସମୟ ଧରି ଏସପିଙ୍କ ଦେଖା ନମିଳିବାରୁ ନିଜ ଦେହରେ ନିଆଁ ଲଗାଇଦେଇଥିଲେ ।

{"id":223716,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.