Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ପ୍ରେମ ଓ ବିବାହର ସୁରକ୍ଷା ମାଗିଲେ ୟୁପି ଝିଅ , ଉତ୍ତରପ୍ରଦେଶ ପୋଲିସ କବଳରୁ ମୁକ୍ତି ଲାଗି ଓଡିଶା ପୋଲିସକୁ କରିଛନ୍ତି ନିବେଦନ

21/06/2021 at 1:41 PM

ଭୁବନେଶ୍ୱର ୨୧।୦୬:  ବାପା ଝିଅ ମୁହାଁମୁହିଁ। ୟୁପିର ଝିଅ ଓଡିଶାରେ ମାଗୁଛି ନ୍ୟାୟ । ମୋ ବାପା ମୋତେ ମାରି ଦେବାକୁ ଚାହୁଁଛନ୍ତି  I  ଏନେଇ କମିଶନରେଟ ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ଝିଅ ।  କମିଶନରେଟ ପୋଲିସ  ସମସ୍ତ କାଗଜପତ୍ର ଯାଞ୍ଚ କାର୍ଯ୍ୟ ଜାରି ରଖିଛି ।

ତେବେ ଝିଅଙ୍କ ବୟାନ ଆନୁସାରେ- ମୁଁ ସାବାଳିକା ହେଲେ ମୋତେ ନାବାଳିକା ଦର୍ଶାଇ,ୟୁପି ପୋଲିସ ଜରିଆରେ ମୋତେ ଓଡିଶାରୁ ଉଠାଇ ନେବାକୁ ଚାଁହୁଛନ୍ତି ବାପା । ମନର ମଣିଷକୁ ବିବାହ କରି ସାରିବା ପରେ,ମୁଁ ଏବେ ମୋ ସ୍ୱାମୀଙ୍କ ସହ ରହିବାକୁ ଚାଁହୁଁଛି I କିନ୍ତୁ ମୋ ବାପା ୟୁପିର ଜଣେ ପ୍ରଭାବଶାଳୀ ଲୋକ ହୋଇଥିବାରୁ ମୋତେ ପୁଲିସ ଜରିଆରେ ଉଠେଇ ନେବାକୁ ଚାଁହୁଛନ୍ତି I କୋର୍ଟରେ ମୁଁ ମୋ ବୟାନ ରଖିବେ ବୋଲି କହିଛନ୍ତି ଯୁବତୀ  I

ସେପଟେ ତାଙ୍କର ସମସ୍ତ ଡକ୍ୟୁମେଣ୍ଟ ପୋଲିସକୁ ଦେଇଛନ୍ତି I ତାଙ୍କୁ ୧୮+ ବୋଲି କମିସନରେଟ ପୋଲିସ ଜାଣିସାରିଛି । ୟୁପି ପୋଲିସର ବଦମାସୀ ଯୋଗୁଁ ମୁଁ ଯେମିତି ପୁଣି ଥରେ ମୋ ଘରକୁ ଫେରି ନଯାଏ  I ସେଥିପାଇଁ ମୁଁ ପୋଲିସର ଦ୍ୱାରସ୍ଥ ହୋଇଛି । ମୋତେ ସେମାନେ ଏଠାରୁ ନେବା ପରେ  ମାରିଦେବେ I ଭୁବନେଶ୍ୱରରେ ଥିବା ଝିଅ ଏବେ ନ୍ୟାୟ ମାଗୁଛନ୍ତି I

ସେହିପରି ଝିଅଙ୍କ ଅଭିଯୋଗ ଆଧାରରେ କମିଶନରେଟ ପୋଲିସ ତଦନ୍ତ ଆରମ୍ଭ କରିଛି । ଏୟାର ଫିଲ୍ଡ ଥାନା ପୋଲିସ ସମ୍ପୃକ୍ତା ଯୁବତୀଙ୍କ ୧୬୪ ଧାରାରେ ବୟାନ ରେକର୍ଡ କରି କୋର୍ଟ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି।

   Related Posts