Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ପୋଲିସକୁ ଚକ୍‌ମା ଦେବାକୁ ଲାଲ୍‌ବାହିନୀର ନୂଆ ରଣନୀତି ; ଜଙ୍ଗଲ ଭିତରେ ପାଳଭୂତକୁ ବନ୍ଧୁକ ଧରାଇ ଠିଆ କରାଇଛନ୍ତି ନକ୍ସଲ

30/11/2018 at 10:06 AM

ମାଲକାନଗିରି ୩୦|୧୧:  ଓଡିଶା ସୀମାନ୍ତ ଛତିଶଗଡ଼ର ଦୁର୍ଗମ ଗାଁକୁ ଲମ୍ବିଥିବା ରାସ୍ତାଘାଟରେ ବନ୍ଧୁକ ଧରି ଠିଆ ହୋଇଛନ୍ତି ପାଳ ଭୂତ। ମଣିଷ ଆକୃତିର ଏହି ପାଳ ଭୂତକୁ ପୋଷାକ ପିନ୍ଧାଇ ଠିଆ କରିଛନ୍ତି ଲାଲ ବାହିନୀ । ଗଛ ଓ ପଥର ଆଢ଼ୁଆଳରେ ଠିଆ କରାଇ, କାଠ ଖଣ୍ଡକୁ ବନ୍ଧୁକ ଭଳି ହାତରେ ବାନ୍ଧି ଦିଆଯାଇଛି। ପାଖକୁ ଯାଇ ଭଲ ରୂପେ ନ ଦେଖିବା ପର୍ଯ୍ୟନ୍ତ ରାସ୍ତାରେ ଯାଉଥିବା ଯେ କେହି ବି ଏହାକୁ ଦେଖିଲେ କହିବ କେହି ଜଣେ ବନ୍ଧୁକ ଧରି ଠିଆ ହୋଇଛି। ଏଭଳି ଭ୍ରମ ସୃଷ୍ଟି ହେବା ଦ୍ବାରା କମ୍ବିଂ ଅପରେସନରେ ଯାଉଥିବା ଯବାନଙ୍କ ଗତି କମିବ। ଏପରିକି ଯବାନମାନେ ଭ୍ରମରେ ପଡ଼ି ଗୁଳି ଚଳାଇବେ। ଗୁଳି ଫୁଟିବାର ଶବ୍ଦ ଦ୍ବାରା ନକ୍ସଲଙ୍କୁ ବହୁ ପୂର୍ବରୁ ହିଁ ଯବାନଙ୍କ ଆଗମନ ସଂପର୍କରେ ଜଣାପଡ଼ିଯିବ । ପାଲଟା ଆକ୍ରମଣ କିମ୍ବା କ୍ୟାମ୍ପ୍ ଛାଡ଼ି ଯିବାକୁ ସମୟ ମିଳିଯିବ । ନକ୍ସଲଙ୍କୁ ମୂଳପୋଛ କରିବାକୁ ସୀମାନ୍ତ ଛତିଶଗଡ଼ରେ ଅପରେସନ ଜୋରଦାର ହୋଇଛି।

ପ୍ରତିଦିନ କୌଣସି ନା’ କୌଣସି ଅଞ୍ଚଳରେ ପୁଲିସ ଚଢ଼ାଉ ଖବର ମିଳୁଛି। ସେହିପରି ବହୁ କ୍ୟାଡର ନକ୍ସଲ ପୁଲିସ ଗୁଳିରେ ନିହତ ହୋଇଥିବା ସୂଚନା ମିଳୁଛି। ଅନ୍ୟପଟେ ଭୟଭୀତ ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆତ୍ମସମର୍ପଣ କରୁଛନ୍ତି। ଏଭଳି ସ୍ଥିତିରେ ପୁଲିସର କ୍ଷତି କରିବାକୁ ବହୁ ଯୋଜନା କରି ସାରିଲାଣି ନକ୍ସଲ ସଂଗଠନ। କିନ୍ତୁ ଅନେକ ଥର ଯବାନଙ୍କ ସତର୍କତା ଯୋଗୁଁ ଏହି ରଣନୀତି ଫେଲ୍ ମାରିଛି । ତେଣୁ ସୁରକ୍ଷା କର୍ମୀଙ୍କ ଗତିରୋଧ ପାଇଁ ନକ୍ସଲ ଆରମ୍ଭ କରିଛନ୍ତି ନୂଆ ରଣନୀତି। ଭ୍ରମ ସୃଷ୍ଟି କରିବାକୁ  ହୋଇଛି ଯୋଜନା। ସୁକମା ପୁଲିସ ଆଜି ସୁକମା ଏବଂ ଦନ୍ତେଵାଡା ସୀମାନ୍ତ ଜଂଗଲରେ ଏଭଳି ଚାରୋଟି ପାଳ ଭୂତକୁ ଜବତ କରିଛି। ଗତ ଦିନରେ ମାଓ ସଂଗଠନର ମହାସଚିବ ରୂପେ କେଶବ ରାଓ ଦାୟିତ୍ବ ନେବା ପରେ ଏଭଳି ରଣନୀତି ପ୍ରସ୍ତୁତ ହୋଇଥାଇ ପାରେ ବୋଲି କୁହାଯାଉଛି। ନକ୍ସଲଙ୍କର ଏଭଳି ନୂଆ କାରନାମାକୁ ଦେଖି ପୁଲିସ ଚକିତ ହୋଇଯାଇଛି। ଜଂଗଲରେ ଯବାନ ସର୍ଚ୍ଚ ଅପରେସନ କରୁଥିବା ବେଳେ ଭ୍ରମରେ ପଡ଼ି ଏହି ପାଳ ଭୂତ ଉପରେ ଗୁଳି ଚଳାଇଥିଲେ। କିନ୍ତୁ ସେପଟୁ କୌଣସି ଗୁଳି ବର୍ଷଣ ନହେବା ପରେ ଯବାନ ବହୁ ସତର୍କତାର ସହ ଏହି ପାଳଭୂତ ନିକଟରେ ପହଞ୍ଚିଥିଲେ। ଏହାକୁ ଯାଞ୍ଚ କରିବା ପରେ ଜଣାପଡିଥିଲା ଯେ ନକ୍ସଲ କେବଳ ଯବାନଙ୍କ ଯୋଜନାକୁ ପଣ୍ଡ କରିବା ସହ ଭ୍ରମ ସୃଷ୍ଟି କରିବା ପାଇଁ ଏଭଳି କରିଛନ୍ତି।

   Related Posts