ଛତିଶଗଡ଼: ଜଙ୍ଗଲରେ ନକ୍ସଲ ବିଛାଇଛନ୍ତି ଲ୍ୟାଣ୍ଡ ମାଇନ୍, ସଂକଟରେ ୧୮ରୁ ଅଧିକ ଗାଁ

Published By : Prameya-News7 Bureau | April 06, 2021 IST

ଗୁମଲା ୬।୪:  ଛତିଶଗଡ ବିଜାପୁର ଜିଲ୍ଲାରେ ନକ୍ସଲଙ୍କ ସହ ସଂଘର୍ଷ ଶେଷ ହୋଇଛି। ହେଲେ ସମସ୍ୟା ଏବେବି ଟଳିନି। ଜଙ୍ଗଲରେ ଡେରାପକାଇଥିବା ନକ୍ସଲ ନିଜ ସୁରକ୍ଷା ନିମନ୍ତେ ବିଛାଇଥିବା ଲ୍ୟାଣ୍ଡମାଇନ୍‌ ଏବେ ସୁରକ୍ଷା କର୍ମୀଙ୍କ ସମେତ ଛତିଶଗଡ଼ ଓ ଝାରଖଣ୍ଡ ସୀମାକୁ ଲାଗି ରହିଥିବା  ଜଙ୍ଗଲ ଆଖପାଖର ଗାଁ ଲାଗି ନୂଆ ବିପଦ ଭାବେ ଉଭା ହୋଇଛି। ନକ୍ସଲ ଦୀର୍ଘ ଦିନରୁ ଲ୍ୟାଣ୍ଡ ମାଇନ୍ ବିଛାଇଥିବା ବେଳେ ଆଖପାଖ ଗାଁ ଲୋକଙ୍କୁ ଏଥିଲାଗି ସତର୍କ ମଧ୍ୟ କରିଥିଲେ। ଏବେ ପୋଲିସ ବୁଲି ବୁଲି ସମ୍ପୃକ୍ତ ଗ୍ରାମ ମାନଙ୍କରେ ଲୋକଙ୍କୁ ଜଙ୍ଗଲକୁ ନ ଯିବାକୁ ସତର୍କ କରୁଛି।

{"id":434182,"width":838,"height":559,"sizeSlug":"large","linkDestination":"none"}

ନକ୍ସଲଙ୍କ ଲ୍ୟାଣ୍ଡ ମାଇନ ଭୟରେ ଅଞ୍ଜନା ଧାମ, କୁକରଙ୍ଗା, ଓଡାମାର, ମନାତୁ, ଉରୁ, ବାରଡିହ, କୋଚାଗାନୀ, କୁଟମା ଛପରଟୋଲୀ, ଚାନ୍ଦଗୋ, କୋଟାମ, ସକରା, ସରଗାଁବ, ରୋଘ ଡିହ, ସକସରୀ, ଉପର ଡୁମରୀ, ତବେଲା, ମଡବା ଓ କୁୟୋଗ ଓ ଜଙ୍ଗଲ ଆଖପାଖର ଗାଁ ଲୋକେ ଗତ ୧ ମାସରୁ ଊର୍ଦ୍ଧ୍ୱକାଳ ହେଲା ଜଙ୍ଗଲକୁ ନା କାଠ ଆଣିବାକୁ ଯାଇ ପାରୁଛନ୍ତି ନା ଗାଈଗୋରୁ ଚରିବାକୁ ଛାଡୁଛନ୍ତି।

{"id":434185,"sizeSlug":"large","linkDestination":"none"}

ଦୀର୍ଘ ଦିନ ପରେ ଜଙ୍ଗଲରେ କମ୍ବିଂ ହୋଇଥିବା ବେଳେ ନକ୍ସଲ ଛାଡି ପଳାଇଛନ୍ତି। ହେଲେ ସେମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍‌ ଏବେ ଉଭୟ ସୁରକ୍ଷା ବଳ ଓ ଗ୍ରାମବାସୀଙ୍କ ଲାଗି ବିପଦ ହୋଇ ରହିଛି। ଅନ୍ୟପକ୍ଷରେ ଏବେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାରୁ ଝରଣା ଉପରେ ନିର୍ଭର କରୁଥିବା ଜଙ୍ଗଲ ପାଖ ଗାଁର ଲୋକେ ପାଣି ପାଇଁ ଛଟପଟ ହେଉଛନ୍ତି।

{"id":434187,"width":837,"height":515,"sizeSlug":"large","linkDestination":"none"}

ଜଙ୍ଗଲ ପାଖ ଆଖ ଗାଁର ଲୋକେ ପ୍ରାୟତଃ ଜଙ୍ଗଲ ଉପରେ ନିର୍ଭରଶୀଳ। ଏଥିରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ୍‌ ଏବେ ସେମାନଙ୍କ ସମସ୍ୟା ବହୁଗୁଣିତ କରିଛି। ଲୋକେ ଜଙ୍ଗଲକୁ କାଠ ସଂଗ୍ରହ ଲାଗି ମଧ୍ୟ ଯାଇ ପାରୁନାହାନ୍ତି। ଏଥିରୁ ଲୋକେ ପାଳିଥିବା ଗାଈଗୋରୁ ଛେଳି ମେଣ୍ଢା ମଧ୍ୟ ଜଙ୍ଗଲକୁ ନେଇ ଯାଇ ପାରୁନାହାନ୍ତି। ମାରୱା ଗାଁ ନିକଟ ଜଙ୍ଗଲରେ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଜଣେ ଗ୍ରାମୀଣ କିଛି ଦିନ ପୂର୍ବରୁ ଗୁରୁତର ଆହତ ହୋଇଥିଲେ। ଏଣୁ ଲ୍ୟାଣ୍ଡମାଇନକୁ ନେଇ ସ୍ଥନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.