ଘରୁ ଘୋଷାଡ଼ି ଆଣି ଗୁଳିମାରି ହତ୍ୟା କଲେ ମାଓବାଦୀ...

Published By : Prameya-News7 Bureau | January 03, 2020 IST

କନ୍ଧମାଳ୩/୧: କନ୍ଧମାଳରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ । ପୋଲିସ୍ ଇନଫର୍ମର ସନ୍ଦେହରେ ଜଣକୁ ଗୁଳିକରି ହତ୍ୟା କରିଛନ୍ତି ଲାଲ କ୍ୟାଡର । ମୃତକ ହେଲେ ବାଲିଗୁଡା ଥାନା ଅନ୍ତର୍ଗତ ମାରର୍ଦୁଡି ଗାଁର ରଞ୍ଜନ ଦିଗାଲ । ଘରେ ପଶି ଘୋଷାଡ଼ି ନେବା ସହ ଗୁଳି ମାରି ହତ୍ୟା କରିଛନ୍ତି ମାଓବାଦୀ ।

{"id":206424,"sizeSlug":"large"}

ରାସ୍ତାରେ ପଡ଼ିଛି ରକ୍ତ ଜୁଡୁବୁଡୁ ମୃତଦେହ । ଘେରି ରହିଛନ୍ତି ଗାଁ ଲୋକେ। ସମସ୍ତେ ଅସହାୟ। ଯାହା ଘଟିଛି ପତ୍ନୀ ଓ ୬ମାସର ଝିଅର ଆଖିଆଗରେ । ଏ ଦୃଶ୍ୟ ହେଉଛି କନ୍ଧମାଳ ନୂଆଗାଁ ଥାନା ଅନ୍ତର୍ଗତ ଲେତିଙ୍ଗିଆ ବୁର୍ଡାମାହାର । ଘରୁ ଘୋସାରି ଆଣି ହତ୍ୟା କରିଛନ୍ତି ମାଓବାଦୀ।  ମୃତକ ହେଲେ ରଞ୍ଜନ ଦିଗାଲ । ଗାଁ ସ୍କୁଲ ନିକଟରେ ପଡ଼ିଛି ରଞ୍ଜନ ଦିଗାଲଙ୍କ ମୃତଦେହ ।

{"id":206425,"sizeSlug":"large"}

୨ ଦିନ ହେଲା ଗାଁରେ ଥିବା ନିଜ ଶ୍ବଶୁର ଘରକୁ ଆସିଥିଲେ ରଞ୍ଜନ ଦିଗାଲ । ଗୁରୁବାର ରାତି ପ୍ରାୟ ୮ଟା ବେଳେ ୧୦ରୁ ୧୨ ଜଣ ସଶସ୍ତ୍ର ମାଓବାଦୀ ରଞ୍ଜନଙ୍କ ଘରେ ପଶି ଗୁଳିମାଡ଼ କରିବା ସହିତ ଘୋଷାଡ଼ି ଘୋଷାଡ଼ି ନେଇ ସ୍କୁଲ ନିକଟରେ ପକାଇଥିଲେ । ଏହାସହିତ ସେଠାରେ ପୋଷ୍ଟର ଛାଡ଼ି ଚାଲିଯାଇଛନ୍ତି । ଏଥିରେ କେକେ ବିଏନ୍‌ ମାଓ ସଂଗଠନ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

{"id":206426,"sizeSlug":"large"}

ରଞ୍ଜନଙ୍କୁ କୁଆଡ଼େ ମାଓବାଦୀମାନେ ପୂର୍ବରୁ ଧମକ ଦେଇଥିଲେ । ୨୦୧୭ରେ ହୋଇଥିବା ମେଲସିକିଆ ଏନ୍‌କାଉଣ୍ଟର ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ ରଞ୍ଜନ । ମାଓବାଦୀ ରହୁଥିବା ଜଙ୍ଗଲ ସଂପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ମାଓବାଦୀ ମାନେ ରଞ୍ଜନଙ୍କ ସ୍ତ୍ରୀ ପିଲାଙ୍କ ସାମ୍ନାରେ ତାଙ୍କୁ ହତ୍ୟା କରିଥିବା ବେଳେ ମାଡ଼ ମାରି ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ପରେ ଦୀର୍ଘ ସମୟ ଧରି ରଞ୍ଜନଙ୍କ ମୃତଦେହ ଗାଁ ଦାଣ୍ଡରେ ପଡ଼ିଥିଲା ।ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.