ସୁପରଭାଇଜରକୁ ଗୁଳି କରି ହତ୍ୟା, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ଓ ଟ୍ରାକ୍ଟର ପୋଡିଲେ ମାଓବାଦୀ

Published By : Prameya-News7 Bureau | January 25, 2020 IST

ରାଞ୍ଚି ୨୫।୦୧: ଝାଡଖଣ୍ଡରେ ପୁଣି ମାଓ ତାଣ୍ଡବ । ରାସ୍ତା ନିର୍ମାଣ ପାଇଁ ନିୟୋଜିତ ଥିବା ଗାଡିକୁ ପୋଡି ପାଉଁଶ କରିବା ସହ ଠିକା ସଂସ୍ଥାର ସୁପରଭାଇଜରକୁ ଗୁଳି କରି ହତ୍ୟା । ଝାଡଖଣ୍ଡ ବୋକାରେ ଅଞ୍ଚଳରେ ଥିବା ଜଙ୍ଗଲର ଘଟଣା ।

{"id":215792,"sizeSlug":"large"}

ଶନିବାର ଦିନ ବୋକାରୋ ଜଙ୍ଗଲରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା । ପୂର୍ବରୁ ରାସ୍ତା ନିର୍ମାଣକୁ ମାଓବାଦୀମାନେ ବାରମ୍ବାର ବିରୋଧ କରିଆସୁଛନ୍ତି । ତେବେ ଆଜି ମାଓବାଦୀମାନେ ନିର୍ମାଣ ହେଉଥିବା ସ୍ଥାନରେ ପହଞ୍ଚି ରାସ୍ତା ନିର୍ମାଣରେ ନିୟୋଜିତ ଥିବା ଜେସିବି ମେସିନ ଓ ଟ୍ରାକ୍ଟର ପୋଡି ପାଉଁଶ କରିଦେଇଛନ୍ତି । ଏବଂ ଠିକା ସଂସ୍ଥାର ସୁପରଭାଇଜରଙ୍କୁ ମଧ୍ୟ ଗୁଳିକରି ହତ୍ୟା କରିଦେଇଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚ ତଦନ୍ତ ଜାରି ରଖିଛି।

wp:core-embed/twitter {"url":"https://twitter.com/ANI/status/1220987697759571968","type":"rich","providerNameSlug":"twitter","className":""}
https://twitter.com/ANI/status/1220987697759571968
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.