ଦାନ୍ତେୱାଡାରେ ପୁଣି ମାଓ ହିଂସା ; ବସ୍ ଜାଳିଦେଲେ ମାଓବାଦୀ

Published By : Prameya-News7 Bureau | January 16, 2019 IST

ମାଲକାନଗିରି ୧୬|୧: ସୁରକ୍ଷାକର୍ମୀ ଏବଂ ପୋଲିସର ବାରମ୍ବାର କମ୍ବିଂ ଫଳରେ ହିଂସାକାଣ୍ଡ ଘଟାଇବାରେ ଲାଗିଛନ୍ତି ମାଓବାଦୀ । ସାଧାରଣ ଜନତାଙ୍କୁ ହିଂସାର ଶୀକାର ହେବାକୁ ପଡୁଛି । ଛତିଶଗଡ ଦାନ୍ତେୱାଡାରେ ପୁଣି ମାଓ ହିଂସା ଦେଖିବାକୁ ମିଳିଛି । ଯାତ୍ରୀବାହୀ ବସକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ମାଓବାଦୀ ।

{"id":74554}

ସୂଚନା ଅନୁସାରେ ଗିଦାମ ଥାନା ଅନ୍ତର୍ଗତ କାସୋଲି ଜଙ୍ଗଲ ରାସ୍ତାରେ ବସ୍ ପୋଡିଦେଇଛନ୍ତି ମାଓବାଦୀ । ଯାତ୍ରୀମାନଙ୍କୁ ବସରୁ ଓହ୍ଲାଇ ବସ୍‌ରେ ଡିଜେଲ ଢାଳି ନିଆଁ ଲଗାଇଥିଲେ ମାଓବାଦୀ । ବିଏସ୍‌ଏଫ୍ କ୍ୟାମ୍ପଠାରୁ ମାତ୍ର ୧ କିମି ଦୂରରେ ଘଟିଛି ଘଟଣା । ଛିନ୍ଦନାରରୁ କାସୋଲି ଯାଉଥିଲା ବସ୍ । ମାଓବାଦୀମାନେ ଏଭଳି ବାରମ୍ବାର ହିଂସାକାଣ୍ଡ ଘଟାଉଥିବାକୁ ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.