ଭୋଟ ବର୍ଜନ ପାଇଁ ଲୋକଙ୍କୁ ଖୋଲା ଚେତାବନୀ ଦେଉଛନ୍ତି ମାଓବାଦୀ

Published By : Prameya-News7 Bureau | March 14, 2019 IST

ଭୁବନେଶ୍ୱର ୧୪/୩ (ରଣଜିତ ଶାହା, ମହମ୍ମଦ ଅସଲମ ଓ ଦୁଷ୍ମନ୍ତ ବେହେରା ): ୨୦୧୯ ସାଧାରଣ ନିର୍ବାଚନକୁ କମିଶନ ଅବାଧ , ନିରପେକ୍ଷ ତଥା ଭୟମୁକ୍ତ କରିବାକୁ ପ୍ରସ୍ତୁତି କରୁଛନ୍ତି । ହେଲେ ମାଓ ପ୍ରବଣ ଅଞ୍ଚଳରେ ଭୟମୁକ୍ତ ନିର୍ବାଚନ ଓଡିଶା ପୋଲିସ ପାଇଁ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ସରକାରଙ୍କ ବିରୋଧରେ ମାଓ ସଂଗଠନର ଭୋଟ ବର୍ଜନ ଡାକରା ଦେବା ସହ ସ୍ଥାନୀୟ ଅଞ୍ଚଳରେ ନିର୍ବାଚନ ଭଣ୍ଡୁର ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ।


ଏ ହେଉଛି କଳାହାଣ୍ଡି ଲାଞ୍ଜିଗଡ କଣାମଞ୍ଜୁର ଜଙ୍ଗଲରେ ଗତ ଫେବୃଆରୀରେ ମାଓବାଦୀଙ୍କ ସଭାବେଳେ ଏସଓଜି ଯବାନଙ୍କ ଅତର୍କିତ ଚଢାଉରୁ ଉଦ୍ଧାର ମାଓ ସାମଗ୍ରୀ । ଆଉ ଏ ହେଉଛି ନିୟମଗିରି ଅଞ୍ଚଳରୁ ଉଦ୍ଧାର ମାଓ ପୋଷ୍ଟର । ଯେଉଁଥିରେ ସାଧାରଣ ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦିଆଯାଇଛି । କେବଳ ସେତିକି ନୁହେଁ କଳାହାଣ୍ଡି, ମାଲକାନଗିରି, କୋରାପୁଟ, କନ୍ଧମାଳ ଜିଲ୍ଲାର ଦୁର୍ଗମ ଇଲାକାରେ ୨୦୧୯ ନିର୍ବାଚନ ପୂର୍ବରୁ ସାଧାରଣ ଲୋକଙ୍କ ସହ ବୈଠକ କରି ନାଚଗୀତ ଭାଷଣ ଜରିଆରେ ସରକାର ବିରୋଧରେ ଭୋଟରଙ୍କୁ ଏକଜୁଟ କରାଯାଉଛି ।ମାଲକାନଗିରି ଚିତ୍ରକୋଣ୍ଡାର ବିଛିନ୍ନାଞ୍ଚଳ ଓ ମାଥିଲିର ମହୁପଦର ଆଦି ଅଞ୍ଚଳରେ ଭୋଟ୍ ବର୍ଜନ ପାଇଁ ଲୋକଙ୍କୁ ଧମକ ଦେଇଛନ୍ତି ମାଓବାଦୀ । ଏସବୁକୁ ଦେଖିଲେ ଚଳିତ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ମାଓବାଦୀ ଯେ ରଣନୀତି ପ୍ରସ୍ତୁତିରେ ଲାଗିଥିବା ଜଣାପଡୁଛି । ତେଣୁ ଏଥର ମାଓପ୍ରବଣ ଜିଲ୍ଲାରେ ଭୋଟଦାନ ଯେ ବାଧାପ୍ରାପ୍ତ ହେବା ସମ୍ଭାବନା ରହିଛି । ହେଲେ ପ୍ରଶାସନ କହୁଛି ସେମାନେ ପ୍ରସ୍ତୁତ ଅଛନ୍ତି ।

{"id":93645}


ଗତ ପଞ୍ଚାୟତ ନିର୍ବାଚନ ସମୟରେ ନିୟମଗିରି ଅଞ୍ଚଳରେ ମାଓବାଦୀ ଭୋଟ ବର୍ଜନ ଡାକରା ଦେଇଥିବାରୁ ଲୋକେ ଭୋଟ ଦାନରୁ ବିରତ ଥିଲେ । ତେଣୁ ଏଥର ଆଗୁଆ ପଦକ୍ଷେପ ସ୍ବରୂପ ପୋଲିସ ସଂଦିଗ୍ଧ ମାଓବାଦୀ ସମର୍ଥକଙ୍କୁ ଉଠାଇ ନେଉଛି । ମାଓ ସମର୍ଥକ ଅଭିଯୋଗରେ ନିୟମଗିରି ସୁରକ୍ଷା ସମିତି ନେତା ଲିଙ୍ଗରାଜ ଆଜାଦଙ୍କୁ ଗିରଫ କରା ଯାଇଥିବାରୁ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ଆଧିବାସୀ । ନିୟମଗିରିରେ ଭୋଟ ବର୍ଜନ ପାଇଁ ଖୋଲା ଚେତାବନୀ ଦେଇଛନ୍ତି । ସେପେଟ ମାଲକାନଗିରି ବାସିନ୍ଦାଙ୍କ ମତ ପୋଲିସ ସୁରକ୍ଷା ପ୍ରଦାନ କଲେ ଭୋଟ୍ ଦେବାକୁ ଲୋକେ ବାହାରିବେ ।

{"id":93646}


ତେବେ ଭୋଟ୍ ବେଳେ ମାଓବାଦୀଙ୍କ ମୁକାବିଲା ପାଇଁ ପୋଲିସ ପ୍ରଶାସନ ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଡିଜିପି ।
ମାଓବାଦୀମାନେ ସରକାର ଓ ପ୍ରଶାସନ ବିରୋଧୀ ଜନଆକ୍ରୋଶରୁ ଫାଇଦା ନେବା ସହ ନିଜ ସ୍ଥିତି ଜାହିର କରିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି । ଯାହାକୁ ରୋକିବା ଏବଂ ଭୋଟରଙ୍କୁ ମାଓ ଅଞ୍ଚଳରେ ସୁରକ୍ଷା ଦେବା ଓଡିଶା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ହେବ ନିଶ୍ଚିତ । ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.