ପୋଲିସ୍ ଜାରି କଲା ମୋଷ୍ଟ ଓ୍ଵାଣ୍ଟେଡ୍ ମାଓବାଦୀଙ୍କ ତାଲିକା, ସୂଚନା ଦେଲେ ମିଳିବ ପୁରସ୍କାର

Published By : Prameya-News7 Bureau | June 27, 2020 IST

ଜଗଦଲପୁର ୨୭।୦୬: ବସ୍ତର ପୋଲିସ ପୁଣି ଥରେ ମୋଷ୍ଟ ଓ୍ଵାଣ୍ଟେଡ୍ ନକ୍ସଲଙ୍କ ତାଲିକା ଜାରି କରିଛି। ପୋଲିସ ଏହା ମଧ୍ୟ କହିଛି, ଯିଏ ନକ୍ସଲଙ୍କ ବିଷୟରେ ସୂଚନା ଦେବ ତାଙ୍କୁ ପୁରସ୍କାର ମଧ୍ୟ ଦିଆଯିବ। ବିଗତ ପାଞ୍ଚ ଦଶନ୍ଧିରୁ ବସ୍ତରେ ମାଓ କାର୍ଯ୍ୟକଳାପ ଜାରି ରହିଛି। ସେଠାକାର ଉନ୍ନୟନ ମୂଳକ ତଥା ବିକାଶମୂଳକ କାର୍ଯ୍ୟରେ ମାଓବାଦୀ ବାଧା ଦେଇ ଆସିଛନ୍ତି। ଏହା ସହିତ ମାଓବାଦୀ ଅନେକ ହିଂସାତ୍ମକ କାଣ୍ଡ ଭିଆଇଛନ୍ତି।

ଛତିଶଗଡ ରାଜ୍ୟ ଗଠନ ପରଠୁ ଏ ଯାଏ ନକ୍ସଲି ହିଂସାରେ ୧୮୦୦ରୁ ଅଧିକ ଜନଜୀବନ ହାନୀ ଘଟିଛି ଏବଂ କୋଟି କୋଟି ଟଙ୍କାର ସରକାରୀ ଏବଂ ଘରୋଇ ସଂପତ୍ତି ନଷ୍ଟ ହୋଇଛି। ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ଓଡିଶା, ମହାରାଷ୍ଟ୍ର ଓ ଅନ୍ୟ ପ୍ରାନ୍ତର ଶୀର୍ଷ ମାଓବାଦୀଙ୍କ ଦ୍ଵାରା ସ୍ଥାନୀୟ ଯୁବକଙ୍କୁ ବିଭ୍ରାନ୍ତ ରକାଯାଇ ମାଓ କାର୍ଯ୍ୟରେ ଲିପ୍ତ କରାଇଯାଇଛି। ମାତ୍ର ବସ୍ତରର ଶାନ୍ତି ପ୍ରିୟ ଜନତା ନକ୍ସଲଙ୍କ ବିକାଶ ବିରୋଧୀ ଏବଂ ମାନବ ବିରୋଧୀ ଚେହେରାକୁ ଚିହ୍ନି ସେମାନଙ୍କ ସଙ୍ଗ ଛାଡି ଶାସନ ପ୍ରଶାସନ ଏବଂ ସୁରକ୍ଷାବଳଙ୍କ ସଂପର୍କରେ ଆସି ନିଜ ଅଞ୍ଚଳରେ ବିକାଶ କାର୍ଯ୍ୟରେ  ନିଜର ମହତ୍ଵପୂର୍ଣ୍ଣ ଯୋଗଦାନ ଦେଉଛନ୍ତି।

{"id":292531,"sizeSlug":"large"}

ବିଗତ ବର୍ଷ ମାନଙ୍କରେ ସ୍ଥାନୀୟ ଯୁବକ-ଯୁବତୀ ମାଓ ସଂଗଠନରୁ ମୋହ ଭଙ୍ଗ କରି ସମାଜର ମୁଖ୍ୟ ସ୍ରୋତରେ ନିଜକୁ ସାମିଲ କରାଇ ସ୍ଵାଭାବିକ ଜୀବନ ନିର୍ବାହ କରୁଛନ୍ତି। ବସ୍ତର କ୍ଷେତ୍ରକୁ ନକ୍ସଲ ଆତଙ୍କରୁ ମୁକ୍ତ କରିବା ହେତୁ ମାଓବାଦୀଙ୍କ କମାଣ୍ଡରଙ୍କୁ ଟାର୍ଗେଟ୍ ପାଇଁ ବସ୍ତର ପୋଲିସ ଦ୍ଵାରା ସେମାନଙ୍କର ପ୍ରୋଫାଇଲ ପ୍ରସ୍ତୁତ କରାଯାଇଛି.

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.