ମାଲକାନଗିରିରେ ମାଓ ହିଂସା ; ପୋଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା

Published By : Prameya-News7 Bureau | August 11, 2018 IST

ମାଲକାନଗିରି ୧୧/୮ : ମାଲକାନଗିରି ଛତିଶଗଡ ସିମାରେ ମାଓବାଦୀ ହିଂସା । ଦାନ୍ତେୱାଡା ଜିଲ୍ଲା ବଡେଗୁଡରା ଗାଁର ଯୁବକଙ୍କୁ ମାଓବାଦୀମାନେ ଗଳାକାଟି ହତ୍ୟା କରିଛନ୍ତି । ତା ପୁଣି CRPF କ୍ୟାମ୍ପର ମାତ୍ର ୨ଶହ ମିଟର ମଧ୍ୟରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଲୋକେଶ କୁଞ୍ଜାମ । ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଥିବା ଜଣା ପଡିଛି । ଗତ ୬ ତାରିଖ ଦିନ ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାର ଗୋଲାପାଲ୍ଲି ଜଙ୍ଗଲରେ ୧୫ ଜଣ ନକ୍ସଲ ପୋଲିସ ଗୁଳିରେ ପ୍ରାଣ ହରାଇବା ପରେ । ଏନକାଉଣ୍ଟରକୁ ମିଛ ବୋଲି କହି ପୋଲିସର କାର୍ଯ୍ୟପନ୍ଥା ଉପରେ ନାନା ପ୍ରଶ୍ନ ଉଠାଇଥିଲେ ଦେଶର ବିଭିନ୍ନ ସଂଗଠନ । ହେଲେ ଘଟଣାର ୫ ଦିନ ପରେ ସୁକୁମା ଏସ.ପି. ଅଭିଶେକ ମିନା ଏନକାଉଣ୍ଟର ସ୍ଥଳର ଭିଡିଓ ଗଣମାଧ୍ୟମକୁ ଦେଇ ସମସ୍ତଙ୍କ ମୁହ ବନ୍ଦ କରି ଦେଇଛନ୍ତି । ଗୋଲାପାଲ୍ଲି ଜଙ୍ଗଲର ଏହି ଭିଡିଓ ବୟାନ କରୁଛି ଯେ ପିଠିରେ ଗୋଳାବାରୁଦ ଓ ହାତରେ ବନ୍ଦୁକ ଧରି ଥିବା ଏହି ନକ୍ସଲ ମାନେ ହି ହେଉଛନ୍ତି ଦେଶର ଶତ୍ରୁ । ଏହା ସହ ଜିବନ୍ତ ଅବସ୍ତାରେ ଜବାନଙ୍କ ହାତରେ ଧରା ପଡିଥିବା ଦୁଇ ଜଣ ନକ୍ସଲ ମଧ୍ୟ ସ୍ବିକାର କରିଛନ୍ତି ଯେ ସହିଦ ଦିବସରେ ହିଂସାକାଣ୍ଡ ଘଟାଇବା ଲାଗି ଆନ୍ଧ୍ର ଓଡିଶା ଓ ଛତିଶଗଡର ନକ୍ସଲ ମାନେ ଏକତ୍ରିତ ହୋଇଥିଲେ । ଘଟଣା ସ୍ଥଳରୁ ପୋଲିସ ୧୬ଟି ବନ୍ଧୁକ ସହ ଭାରି ମାତ୍ରାରେ ଲ୍ୟାଣ୍ଡମାଇନ ଓ ବିଷ୍ଫୋରକ ସାମଗ୍ରୀ ମଧ୍ୟ ଜବତ କରିଥିଲା ହେଲେ ଏତେ ସବୁ ପରେ ପୋଲିସ ଉପରେ ପ୍ରଶ୍ନବାଚୀ କାହିକି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.