Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

କ୍ରାନ୍ତି ଦିବସରେ ମାଓବାଦୀଙ୍କ ବର୍ବର କାଣ୍ଡ

9/08/2018 at 6:50 AM

ଆଜି ସମଗ୍ର ଦେଶରେ ମାଓବାଦୀମାନେ କ୍ରାନ୍ତି ଦିବସ ପାଳନ କରିଛନ୍ତି। କାମାଲୁର-ଦାନ୍ତେୱାଡା ମଧ୍ୟରେ ଥିବା ଟ୍ରେନ୍ ଟ୍ରାକକୁ ମାଓବାଦୀମାନେ ଖୋଲି ଦେଇଛନ୍ତି । ଟ୍ରେନ୍ ଟ୍ରାକ ଖୋଲିଯାଇଥିବାରୁ ସେହି ବାଟ ଦେଇ ଯାଉଥିବା ପାସେଞ୍ଜର ଟ୍ରେନ୍ ଲାଇନ୍ ଚ୍ୟୁତ ହୋଇଛି । ତେବେ ଟ୍ରେନର ସ୍ପିଡ୍ କମ୍ ଥିବାରୁ କାହାର କୌଣସି କ୍ଷତି ହୋଇନି । ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ସେପଟେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରେ ମାଓ ହିଂସା । ପାପୁଲୁର ପଞ୍ଚାୟତର ପୋଷ୍ଟ ମାଷ୍ଟର ନାରାୟଣ ପଲାସିଙ୍କୁ ଗଳାକାଟି ହତ୍ୟା କରିଛନ୍ତି ମାଓବାଦୀ । ୧୫ ରୁ ୨୦ ଜଣ ସଶସ୍ତ୍ର ମାଓବାଦୀ କମଳାପୁର ଗାଁରେ ପହଞ୍ଚି ପୋଷ୍ଟ ମାଷ୍ଟର ନାରାୟଣଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଛନ୍ତି । ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ଚିଠିରେ ଲେଖିଛନ୍ତି ମାଓବାଦୀ । ସେପଟେ ଗତକାଲି ରାତିରେ ଦାନ୍ତେୱାଡା ଜିଲ୍ଲାର ଜାମାପଡା ଜଙ୍ଗଲ ରାସ୍ତାରେ ୨ଟି ଯାତ୍ରୀ ବାହୀ ବସ ସହ ୩ଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ଲାଲ୍ ବାହିନୀ। ରାଜଧାନୀ ଓ ଡୁବେ ଟ୍ରାଭେଲସର ବସ ଦୁଇଟି କିରାଣ୍ଡୁଲରୁ ଜଗଦଲପୁର ଯାଉଥିବା ସମୟରେ ନକ୍ସଲ ମାନେ ଜାମାପଡା ଜଙ୍ଗଲ ରାସ୍ତାରେ ବସ ୨ଟି ଅଟକାଇ ଯାତ୍ରୀ ମାନଙ୍କୁ ସେଠାରୁ ଚାଲିଯିବାକୁ କହି ସେଥିରେ ନିଆଁ ଲଗାଇଥିଲେ ।

   Related Posts