Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ତୁଳସୀର ଆତ୍ମସମର୍ପଣ, କୁଖ୍ୟାତ ମହିଳା ମାଓବାଦୀ ମୁଣ୍ଡ ପାଇଁ ଥିଲା ୪ଲକ୍ଷ ଟଙ୍କା ପୁରସ୍କାର

28/03/2020 at 1:56 PM

କୋରାପୁଟ ୨୮।୦୩: ମହିଳା ମାଓବାଦୀର ଆତ୍ମସମର୍ପଣ । କୋରାପୁଟ ପୋଲିସ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ ତୁଳସୀ ଉଲାକା । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।

ସୂଚନାଯୋଗ୍ୟ, କୋରାପୁଟ ପୋଲିସ ନିକଟରେ ଶନିବାର ଦିନ ମହିଳା ମାଓବାଦୀ ତୁଳସୀ ଇଲାକା ଆତ୍ମସମର୍ପଣ କରିଛନ୍ତି । ପୋଲିସ ଅନୁଯାୟୀ ଆତ୍ମସମର୍ପଣ କରିଥିବା ମହିଳା ନାରାୟଣପାଟଣା ଅଞ୍ଚଳ କମିଟିର ଏକ ସଦସ୍ୟ ଥିଲେ । ବହୁ ମାଓ ହିସାଂରେ ଜଡିତ ଥିଲେ ତୁଳସୀ । ଯେପରି ସାଧାରଣ ନାଗରିକ ଓ ପୋଲିସ କର୍ମଚାରୀଙ୍କୁ ହତ୍ୟା ମାମଲାରେ ଜଡିତ ଥିଲେ । ତାଙ୍କ ନାମରେ ଥିବା ପୁରସ୍କାର ରାଶି ତାଙ୍କୁ ଦାନ କରାଯିବ ବୋଲି ସୂଚନା ମିଳିଛି ।

   Related Posts