Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

“ସକାଳେ ଜଣେ ବ୍ୟକ୍ତି ଘରକୁ ଆସି କହିଥିଲା ସନ୍ଧ୍ୟାରେ ପୁଅର ଶବ ମିଳିବ” : ଦିବଂଗତ ବିଧାୟକ ଭୀମା ମଣ୍ଡାବିଙ୍କ ପିତାଙ୍କ ବଡ ବୟାନ

11/04/2019 at 12:49 PM

ଦାନ୍ତେୱାଡା ୧୧/୪ : ଛତିଶଗଡ଼ ଦାନ୍ତେୱାଡାରେ ମଙ୍ଗଳବାର ଦିନ ସନ୍ଧ୍ୟାରେ ନକ୍ସଲମାନେ ବିଧାୟକଙ୍କ ଗାଡିକୁ ଟାର୍ଗେଟ କରି ଲ୍ୟାଣ୍ଡ ମାଇନ ବିସ୍ଫୋରଣ କରିଥିଲେ | ଏଥିରେ ବିଧାୟକ ଭୀମା ମଣ୍ଡାବିଙ୍କ ମୃତ୍ୟୁ ହେବାସହ ୪ଜଣ ଯବାନ ସହିଦ ହୋଇଥିଲେ | ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ବିଧାୟକଙ୍କ ଗାଡିର ପୁରୁଜା ପୁରୁଜା ଉଡିଯାଇଥିଲା |

ପୁଅର ମୃତ୍ୟୁ ପରେ ଭୀମାଙ୍କ ପିତା ଏକ ବଡ ବୟାନ ଦେଇଛନ୍ତି | ସେ ମିଡ଼ିଆକୁ କହିଛନ୍ତି ଯେ, ମଙ୍ଗଳବାର ଦିନ ସକାଳୁ ତାଙ୍କ ଘରକୁ ଜଣେ ବ୍ୟକ୍ତି ଆସିଥିଲେ | ଉକ୍ତ ବ୍ୟକ୍ତି ଜଣକ ଧମକ ଦେଇଥିଲେ ଯେ, ସେ ଭୀମାଙ୍କୁ ହତ୍ୟା କରିବେ | ସନ୍ଧ୍ୟା ସୁଦ୍ଧା ବିଧାୟକ ପୁଅର ଶବ ଘରକୁ ଆସିବ ବୋଲି ସେ ବ୍ୟକ୍ତି ଜଣକ ଭୀମାଙ୍କ ପିତାଙ୍କୁ ଧମକ ଦେଇଯାଇଥିଲା | ଆଉ ସେୟା ହିଁ ହେଲା | ସେମାନଙ୍କ ଧମକ ସତ ହେଲା | ସନ୍ଧ୍ୟାରେ ଭୀମା ଆଉ ଘରକୁ ଫେରିନଥିଲେ | ବରଂ ଫେରିଥିଲା ତାଙ୍କର କ୍ଷତବିକ୍ଷତ ମୃତଦେହ |


ସୂଚନାଯୋଗ୍ୟ ଯେ, ବିଧାୟକଙ୍କୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ୱାଘେଲା ଗତକାଲି ଶ୍ରଦ୍ଧାଞ୍ଜଳି ଦେଇଥିଲେ | ମୁଖ୍ୟମନ୍ତ୍ରୀ ପୋଲିସ ଲଇଁ ପହଂଚି ବିଧାୟକଙ୍କ ସମେତ ୩ ଯବାନ ଏବଂ ଡ୍ରାଇଭରଙ୍କୁ ପୁଷ୍ପ ଚକ୍ର ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ | ମାଓବାଦୀଙ୍କ ଏହି କାର୍ଯ୍ୟକଳାପକୁ ସହ୍ୟ କରିହେବ ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ | ଏହାର ଥିବ ଜବାବ ମାଓବାଦୀଙ୍କୁ ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ୱାଘେଲା |

   Related Posts