ଦାନ୍ତେଓ୍ବାଡା ନକ୍ସଲ ଆକ୍ରମଣ ଘଟଣା ; ନକ୍ସଲ ପ୍ରବଣ ଅଞ୍ଚଳକୁ ନଯିବା ପାଇଁ ନକ୍ସଲ ସଂଗଠନ ପକ୍ଷରୁ ସାମ୍ବାଦିକଙ୍କୁ ଚେତାବନୀ, ଗଲେ ଭୋଗିବ ପରିଣାମ

Published By : Prameya-News7 Bureau | November 02, 2018 IST

ମାଲକାନଗିରି ୨|୧୧:   ଦାନ୍ତେଓ୍ବାଡାରେ ମାଓବାଦୀଙ୍କ ଆକ୍ରମଣରେ ଦୁରଦର୍ଶନର ଭିଡିଓ ଜର୍ଣ୍ଣାଲିଷ୍ଟଙ୍କ ଅଚ୍ୟୁତାନନ୍ଦ ସାହୁଙ୍କ ମୃତ୍ୟୁ ଘଟଣାକୁ ନେଇ ଏକ ଚିଠି ଜାରି କରିଛି ଦରଭା ନକ୍ସଲ ଡିଭିଜନ । ସୁରକ୍ଷାକର୍ମୀଙ୍କ ସହ ସାମ୍ବାଦିକମାନେ ଥିବା ଆମେ ଜଣିନଥିଲୁ ବୋଲି ଚିଠିରେ ଦର୍ଶାଇଛନ୍ତି ମାଓବାଦୀ । ସୁରକ୍ଷାକର୍ମୀଙ୍କ ସହ ଗଣମାଧ୍ୟମ ପ୍ରତିନିଧିମାନେ ଯାଉଥିବାରୁ ଏଭଳି ଘଟଣା ଘଟିଛି । ଭବିଷ୍ୟତରେ ସୁରକ୍ଷାକର୍ମୀଙ୍କ ସହ କୌଣସି ଅପରେସନରେ ଯିବାକୁ ବାରଣ କରିଛି ନକ୍ସଲ ସଙ୍ଗଠନ । ଯଦି କେହି ଯାଆନ୍ତି ତାହେଲେ ଏଭଳି ପରିମାଣ ଭୋଗିବାକୁ ପଡିବ ବୋଲି ଓଡିଶା ଛତିଶଗଡ ସୀମାନ୍ତ ଦରଭା ନକ୍ସଲ ସଙ୍ଗଠନ ସମ୍ପାଦକ ଚିଠିରେ ଉଲ୍ଲେଖ କରିଛନ୍ତି । ଚିଠି ମାଧ୍ୟମରେ ସ୍ପଷ୍ଟୀକରଣ ମିଳିଛି । ଘଟଣା ସଂପର୍କରେ ଦରଭା ନକ୍ସଲ ଡିଭିଜନର ପୋଷ୍ଟର ସାମ୍ନାକୁ ଆସିଛି । ଗତ ମଙ୍ଗଳବାର ଛତିଶଗଡର ଦାନ୍ତେଓ୍ବାଡାର ଆରନପୁରରେ ନକ୍ସଲ ଆକ୍ରମଣରେ ସିଆରପିଏଫ ଏସଆଇ ରୁଦ୍ରପ୍ରତାପ, ଆସିଷ୍ଟାଣ୍ଟ କନଷ୍ଟେବଳ ମଙ୍ଗଳୁଙ୍କ ସହ ସଦିହ ହୋଇଥିଲେ ଦୂରଦର୍ଶନର କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ସାହୁ । ଆକ୍ରମଣରେ ଆଉ ୨ ଜଣ ଯବାନ ଆହତ ମଧ୍ୟ ହୋଇଥିଲେ । ପରେ ଆଉ ଜଣେ ଯବାନ ଚିକିତ୍ସାଧୀନ ଅବସ୍ଥାରେ ଶହିଦ ହୋଇଛନ୍ତି । ଆଉ ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚିଯାଇଥିଲେ ରିପୋର୍ଟର ଧୀରଜ କୁମାର ଏବଂ ଲାଇଟ୍ ଆସିଷ୍ଟାଣ୍ଟ ମୟୂର ମୁକୁଟ ଶର୍ମା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.