ବଦଳୁଛି ମାଓ ରଣନୀତି : Bigstory Followup
14/08/2018 at 9:27 AM

ମାଓବାଦୀ ନେଉଛନ୍ତି ଗରିଲା ଯୁଦ୍ଧର ଟ୍ରେନିଂ । ହାତରେ ଅତ୍ୟାଧୁନିକ ବନ୍ଧୁକ ଧରି ଲାଲ ଗଡରେ ନକ୍ସଲପନ୍ଥୀ ଟ୍ରେନିଂ ନେଉଛନ୍ତି । ସୁରକ୍ଷାକର୍ମୀଙ୍କ ସହ ଲଢେଇ କରିବା ପାଇଁ ମାଓବାଦୀଙ୍କୁ ଦିଆଯାଉଛି ଗରିଲା ଯୁଦ୍ଧର ଟ୍ରେନିଂ । ମାଲକାନଗିରି-ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲାର ଗୋଲାପାଲ୍ଲି ଏନକାଉଣ୍ଟରରେ ୧୫ ଜଣ ନକ୍ସଲ ନିହତ ହେବା ପରେ ମାଓବାଦୀ ମାନେ ଏହି ଭିଡିଓ ଭାଇରାଲ କରିଛନ୍ତି । ଭିଡିଓ ଭାଇରାଲ କରି ପୋଲିସବାହିନୀକୁ ନିଜର ତାକତ୍ ଦେଖାଇବାକୁ ଚାହୁଛି ଲାଲବାହିନୀ । ସୁରକ୍ଷାକର୍ମୀଙ୍କ ପରି ସେମାନଙ୍କ ପାଖରେ ମଧ୍ୟ ଏକେ-୪୭, ଏସଏଲଆର, ଇନସାସ୍ ଓ ଅଟୋମେଟିକ ରାଇଫଲ ରହିଥିବା ଏହି ଭିଡିଓରୁ ଜଣାପଡିଛି ।
Related Posts
ରାସ୍ତାରେ ଗଛ ପଡ଼ି ଚାଲିଗଲା ୭ବର୍ଷର ପୁଅର ଜୀବନ: ବାପା ମାଆ ଓ ଝିଅ ଗୁରୁତର
27 February 2021