Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଆସନ୍ତାକାଲି ଛତିଶଗଡରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ଆଜି ନକ୍ସଲଙ୍କ ସିରିଜ ବିସ୍ଫୋରଣ, ଜଣେ ଯବାନ ସହିଦ

11/11/2018 at 6:41 PM

ରାୟପୁର ୧୧|୧୧: ଆସନ୍ତାକାଲି ଭୋଟ୍, ହେଲେ ଛତିଶଗଡ଼ରେ ଥମୁନି ଲାଲ୍ ହମଲା । କଙ୍କେର୍ ଜିଲ୍ଲାରେ ଆଜି ସିରିଜ୍ ବିସ୍ଫୋରଣ ଘଟାଇଛନ୍ତି ନକ୍ସଲ୍ । ଯେଉଁଥିରେ ଜଣେ ବିଏସଏଫ୍ ଏସଆଇ ସହିଦ୍ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ୧୮ଟି ନିର୍ବାଚନ ମଣ୍ଡଳୀରେ ଭୋଟ୍ ହେବାକୁ ଯାଉଥିବା ବେଳେ ଛତିଶଗଡ଼ରେ ମୁତୟନ ହୋଇଛନ୍ତି ପ୍ରାୟ ଲକ୍ଷେ ସୁରକ୍ଷାକର୍ମୀ । କିନ୍ତୁ ସୁରକ୍ଷା ବାହିନୀକୁ ଗୋଟେ ପରେ ଗୋଟେ ଚ୍ୟାଲେଞ୍ଜ ମାରି ଚାଲିଛି ଲାଲ୍ ବାହିନୀ ।

ଠା-କୁ ଠା ଠୁଳ ହୋଇ ସାରିଲେଣି ଲକ୍ଷେ ଫୋର୍ସ । ହେଲେ ବନ୍ଦ ହେଉନି ନକ୍ସଲଙ୍କ ଧମାକା । ଛତିଶଗଡ଼ରେ ବିସ୍ଫୋରଣ ପରେ ବିସ୍ଫୋରଣ ଘଟାଇ ଚାଲିଛି ଲାଲବାହିନୀ । ପ୍ରଥମ ପର୍ଯ୍ୟାୟ ଭୋଟିଂ ପୂର୍ବରୁ ଆଜି ହୋଇଛି ସିରିଜ୍ ବିସ୍ଫୋରଣ । କଙ୍କେର ଜିଲ୍ଲାର ଗୋମେ ଏବଂ ଘଟକଲ୍ ଗାଁ ମଝିରେ ଘଟାଇଛନ୍ତି ସିରିଜ୍ ଆଇଇଡି ବିସ୍ଫୋରଣ । ଚାଇନା ବାଣ ଫୁଟାଇଲା ଭଳି ଏକା ଥରକେ ୬ଟି ବିସ୍ଫୋରଣ ଘଟାଇଛନ୍ତି । ଯେଉଁଥିରେ ବିଏସଏଫ୍ ଏସଆଇ, ମହେନ୍ଦ୍ର ସିଂହ ପ୍ରାଣ ହରାଇଛନ୍ତି । ବିଏସଏଫ୍ ଯବାନମାନେ ସଂପୃକ୍ତ ସ୍ଥାନ ବାବଦରେ ବିସ୍ତୃତ ଜାଣିବା ଲାଗି ଯାଇଥିବା ବେଳେ ବିସ୍ଫୋରଣ ହୋଇଛି । ଗୁରୁତର ଅବସ୍ଥାରେ ମହେନ୍ଦ୍ର ସିଂହଙ୍କୁ ହସ୍ପିଟାଲ୍ ନିଆ ଯାଇଥିଲା, କିନ୍ତୁ କେଇ ଘଣ୍ଟା ଯାଇନି ସେ ଆଖି ବୁଜିଲେ ।

ନିର୍ବାଚନକୁ ବିରୋଧ କରି ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ ଓଡ଼ିଶାର ମାଓବାଦୀ ଛତିଶଗଡ଼ରେ ମେଳି କରିଛନ୍ତି । କେବଳ ସୁକମା ଏବଂ ଦନ୍ତେୱାଡ଼ା ଜିଲ୍ଲାରେ ଦେଢ଼ ଶହ ସଶସ୍ତ୍ର ମାଓବାଦୀ ଡେରା ପକାଇଛନ୍ତି । ୧୫ ଦିନରେ ୪ଟି ହମଲା କଲେଣି । ଯେଉଁଥିରେ ଜଣେ ସାମ୍ବାଦିକଙ୍କ ସମେତ କିଛି ସାଧାରଣ ଲୋକ ଓ ସୁରକ୍ଷାକର୍ମୀଙ୍କୁ ମିଶାଇ ୧୩ ଜଣ ପ୍ରାଣ ହରାଇଲେଣି ।

ପ୍ରଥମ ପର୍ଯ୍ୟାୟ ଭୋଟିଂର ଦିନକ ପୂର୍ବରୁ ବିଜାପୁରରେ କୁମ୍ବିଂ ଅପରେସନକୁ ଜୋରଦାର୍ କରିଥିଲା ସୁରକ୍ଷା ବାହିନୀ । ବେଡ୍ରେ ଅଞ୍ଚଳରେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲେ । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ନକ୍ସଲ ପ୍ରାଣ ହରାଇବା ପରେ ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିଲେ । କିନ୍ତୁ ତାର କିଛି ସମୟ ଯାଇନି, କଙ୍କେରରେ ହେଲା ଭୟଙ୍କର ସିରିଜ୍ ବିସ୍ଫୋରଣ ।

୯୦ ବିଧାନସଭା ଆସନ ମଧ୍ୟରୁ ନକ୍ସଲ୍ ପ୍ରଭାବିତ ୧୮ଟି ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ନିଆଯିବ । ଯେଉଁଥି ପାଇଁ ରାଜ୍ୟ ପୋଲିସ୍ ଏବଂ ଅର୍ଦ୍ଧ ସାମରିକ ବାହିନୀର ପ୍ରାୟ ଏକ ଲକ୍ଷ ଯବାନ ନିୟୋଜିତ ହୋଇଛନ୍ତି । ତଥାପି ସିକ୍ୟୁରିଟି ଫୋର୍ସ ଏବଂ ପ୍ରଶାସନକୁ ଗୋଟେ ପରେ ଗୋଟେ ଚ୍ୟାଲେଞ୍ଜ ମାରି ଚାଲିଛନ୍ତି ନକ୍ସଲ୍ । ଜଙ୍ଗଲ ମଧ୍ୟରେ ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବାକୁ ପ୍ରଥମ ଥର ପାଇଁ ଡ୍ରୋନ୍ କ୍ୟାମେରା ବ୍ୟବହାର କରା ଯାଇଛି । ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଥିଲେ ମଧ୍ୟ ବବି ଟ୍ରାପକୁ ରହୁଛି ଭୟ । ତେଣୁ ଅଧିକାଂଶ ସ୍ଥାନକୁ ହେଲିକପ୍ଟର ସହାୟତାରେ ପଠାଯାଇଛି ନିର୍ବାଚନୀ ଟିମ୍ ।

   Related Posts