ଆଜିଠାରୁ ମାଓବାଦୀଙ୍କ ସହିଦ ସପ୍ତାହ ; ବିଭିନ୍ନ ସ୍ଥାନରେ ମାଓ ପୋଷ୍ଟର

Published By : Prameya-News7 Bureau | July 28, 2018 IST

ଆଜିଠାରୁ ଆରମ୍ଭ ହେବ ମାଓବାଦୀଙ୍କ ସହିଦ ସପ୍ତାହ | ଜୁଲାଇ ୨୮ରୁ ଅଗଷ୍ଟ ୩ ଯାଏଁ ମାଓବାଦୀମାନେ ପାଳନ କରିବେ ସହିଦ ସପ୍ତାହ | ଏଥିପାଇଁ କୋରାପୁଟ ଜିଲ୍ଲାର ଲମତାପୁଟ, ବୈପାରୀଗୁଡା, ନାରାୟଣପାଟଣା,ପଟାଂଗୀ ଓ ନନ୍ଦପୁର ଭଳି ଆନ୍ଧ୍ର ପ୍ରଦେଶ ଓ ଛତିଶଗଡ଼ ସୀମାବର୍ତ୍ତୀ ଅଂଚଳରେ ମାଓବାଦୀମାନେ ଲଗାଇଛନ୍ତି ପୋଷ୍ଟର | ମାଓବାଦୀମାନେ ସହିଦ ସପ୍ତାହରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ପୋଷ୍ଟରରେ ଉଲ୍ଲେଖ କରିଛନ୍ତି | ନିରୀହ ଆଦିବାସୀଙ୍କୁ ନକ୍ସଲ ନାଁରେ ଗିରଫ କରୁଥିବା ପୋଲିସ ବାହିନୀକୁ ବିରୋଧ କରି ଜିଲ୍ଲାରୁ ବିଏସଏଫ କ୍ୟାମ୍ପ ପ୍ରତ୍ୟାହାର କରିବାକୁ ମାଓବାଦୀମାନେ ପୋଷ୍ଟରରେ ଲେଖିଛନ୍ତି | ମାଓବାଦୀଙ୍କ ସମ୍ଭାବ୍ୟ ପ୍ରଭାବକୁ ନଜରରେ ରଖି ସମଗ୍ର କୋରାପୁଟ ଜିଲ୍ଲାରେ ସଜାଗ ରହିବାକୁ କୁହାଯାଇଛି | ବିଭିନ୍ନ ସ୍ଥାନରେ ଗାଡି ମୋଟର ଯାଞ୍ଚ କଡାକଡି କରାଯାଇଥିବା ବେଳେ ସମ୍ବେଦନଶୀଳ ଅଂଚଳରେ କମ୍ବିଙ୍ଗ ଅପରେସନ ଜାରି ରହିଛି ବୋଲି କୋରାପୁଟ ଆରକ୍ଷ ଅଧିକ୍ଷକ ସୂଚନା ଦେଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.