Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଙ୍କୀ : ଶୌଚ ପାଇଁ ଯିବାବେଳେ କଚାଡି ଦେଲା ଦନ୍ତା, ଜଣେ ଗୁରୁତର
  • ||
  • ଭୁବନ : ୨ ଦିନ ପାଇଁ କଲେଜ ସଟ୍‌ଡାଉନ୍, କରୋନା ସଂକ୍ରମିତ ଚିହ୍ନଟ ପରେ ପଦକ୍ଷେପ‌
  • ||
  • ରାଜ୍ୟରେ କରୋନା ନେଲା ଆଉ ୩ ଜଣଙ୍କ ଜୀବନ, ୧୯୩୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ବଢ଼ି ଚାଲିଛି କରୋନା ସଂକ୍ରମଣ, ମହାରାଷ୍ଟ୍ରରେ ଆଜିଠାରୁ ମେ ପହିଲା ପର୍ଯ୍ୟନ୍ତ ୧୪୪ ଧାରା
  • ||
  • ଜଗତସିଂହପୁର : ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି : ମା ଶାରଳାଙ୍କ ପୀଠରେ ଲାଗୁ ହେଲା ୧୪୪ ଧାରା, ନୀତି ସମ୍ପନ୍ନ କରିବେ ସେବାୟତ
  • ||
  • ବାରଙ୍ଗ : ନନ୍ଦନକାନନକୁ ନୂଆ ଅତିଥି, ଦ୍ୱିତୀୟ ଥର ପାଇଁ ମା ହେଲା ବାଘୁଣୀ ମେଘା
  • ||
  • ୨ହଜାର ଟପିଲା ସଂକ୍ରମଣ : ରାଜ୍ୟରେ ୩୦ଜିଲ୍ଲାରୁ ଚିହ୍ନଟ ହେଲେ ସଂକ୍ରମିତ, ୨୪ ଘଣ୍ଟାରେ ୨୨୬୭ ପଜିଟିଭ୍ ଚିହ୍ନଟ
  • ||

ଅପହୃତ ଯବାନ ରାକେଶ୍ୱର ସିଂହ ମନହାସ୍‌ଙ୍କୁ ମୁକ୍ତ କଲେ ମାଓବାଦୀ

8/04/2021 at 6:10 PM

ଛତିଶଗଡ଼, ୦୮/୦୪: ଛତିଶଗଡ଼ର ବିଜାପୁର ଅଞ୍ଚଳରେ ନକ୍ସଲ ଏବଂ ଯବାନଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୨୪ ଜଣ ଯବାନ ଶହୀଦ ହୋଇଥିବା ବେଳେ ଜଣେନ ଯବାନଙ୍କୁ ଅପହରଣ କରିନେଇଥିଲେ ନକ୍ସଲ । ଏହାପରେ ଏକ ପ୍ରେସ୍‌ ରିଲିଜ୍‌ ଜାରି କରି ସେମାନେ ଯବାନ ତାଙ୍କ ପାଖରେ ସୁରକ୍ଷିତ ଥିବା କହିଥିଲେ । ଏଥିପାଇଁ କିଛି ସର୍ତ୍ତ ରଖିଥିଲେ ।

ହେଲେ ଏବେ ଅପହୃତ ଯବାନ ରାକେଶ୍ୱର ସିଂହ ମନହାସ୍‌ଙ୍କୁ ମାଓବାଦୀ ମୁକ୍ତ କରିଥିବା ଜଣାପଡ଼ିଛି । ମାଓବାଦୀମାନେ ରାକେଶ୍ୱରଙ୍କୁ ସ୍ଥାନୀୟ ବାସିନ୍ଦାଙ୍କ ହାତରେ ଛାଡ଼ିଥିବା ସୂଚନା ମିଳିଛି । ତାରେମ୍‌ କ୍ୟାମ୍ପରେ ପହଞ୍ଚିବା ପରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି ।

ପୂର୍ବରୁ ପ୍ରେସ୍‌ ରିଲିଜ୍‌ରେ ମାଓବାଦୀ ଉଲ୍ଲେଖ କରିଥିଲେ ଯେ, ସେମାନଙ୍କ ଆକ୍ରମଣରେ ୨୪ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ  ଘଟିଥିବା ବେଳେ ୩୧  ଜଣ ଗୁତୁତର ଭାବେ ଆହତ ହୋଇଛନ୍ତି। ଯବାନଙ୍କ ପ୍ରତି ଆକ୍ରମଣରେ ୪ ସାଥୀଙ୍କ ମୃତ୍ୟୁ ଘଟିଥିବା ମାଓବାଦୀ କହିଛନ୍ତି। ନିଖୋଜ ଥିବା ଜଣେ ଯବାନ ସେମାନଙ୍କ କବଜାରେ ରହିଛନ୍ତି। ଯଦି ସରକାର ମଧ୍ୟସ୍ଥ ଦେବେ ତେବେ ସେମାନେ ବନ୍ଧକ ଯବାନଙ୍କୁ ଛାଡି ଦେବେ। ପ୍ରଥମେ ମଧ୍ୟସ୍ଥଙ୍କ ଜରିଆରେ  ଆଲୋଚନା ହେବ। ସେ ଯାଏ ସଂପୃକ୍ତ ଯବାନ ସୁରକ୍ଷିତ ରହିବେ। ଏଥିପାଇଁ ସରକାରଙ୍କୁ ପ୍ରଥମେ ମଧ୍ୟସ୍ଥଙ୍କ ନାମ ଘୋଷଣା କରିବା ଦରକାର ବୋଲି ମାଓବାଦୀ ପ୍ରେସ୍ ରିଲିଜ୍‌ରେ ଉଲ୍ଲେଖ କରିଥିଲେ।

କହିରଖୁଛୁ ଯେ, ଛତିଶଗଡ଼ ବିଜାପୁରରେ ନକ୍ସଲ ହମଲା ସମୟରେ ନିଖୋଜ ଥିବା ଯବାନ ମାଓବାଦୀଙ୍କ କବଜାରେ ଥିବା ସେମାନେ ପ୍ରେସ୍‌ ରିଲିଜ୍‌ରେ ଜଣାଇଥିଲେ । ନକ୍ସଲ ନିଜେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ କହିଥିଲେ ଯେ କବଜାରେ ରଖିଥିବା ଯବାନଙ୍କର କୌଣସି କ୍ଷତି କରିନାହାନ୍ତି । କବଜାରେ ଥିବା ଯବାନ ହେଲେ ରାକେଶ୍ୱର ସିଂହ। ନିଖୋଜ ଯବାନ ନକ୍ସଲ ବିରୋଧୀ ଅପରେସନ କୋବ୍ରା ବାଟାଲିୟନର। ନକ୍ସଲ ହମଲାରେ ମୋଟ ୨୪ ଯବାନ ଶହୀଦ ହୋଇଛନ୍ତି ଓ ୩୨ ଆହତ ହୋଇଛନ୍ତି ।

ଛତିଶଗଡ଼ ସୁକମା ଓ ବିଜାପୁର ସୀମାରେ ଶନିବାର ଦିନ ନକ୍ସଲ ଓ ଯବାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଥିଲା। ନକ୍ସଲ କମାଣ୍ଡର ହିଡମାକୁ ଖୋଜିବାକୁ ଯାଇଥିବା ସୁରକ୍ଷାବଳ ଯବାନଙ୍କ ଉପରେ ନକ୍ସଲ ଅଚାନକ ହମଲା କରିଥିଲେ। ହମଲାରେ ୨୪ ଯବାନ ଶହୀଦ ହୋଇଛନ୍ତି। ଜଣେ ଯବାନ ଏବେ ବି ନିଖୋଜ ଅଛନ୍ତି। ପୋଲିସ ଅନୁଯାୟୀ, ଏନକାଉଣ୍ଟରରେ ଅନେକ ନକ୍ସଲ ମଧ୍ୟ ପ୍ରାଣ ହରାଇଛନ୍ତି।

ଏହା ପୂର୍ବରୁ ଗତ ମାସରେ ନକ୍ସଲ ସୁରକ୍ଷାବଳ ଉପରେ ବଡ ଧାରଣା ହମଲା କରିଥିଲେ। ନାରାୟଣପୁରରେ ନକ୍ସଲ ସୁରକ୍ଷାବଳଙ୍କ ବସକୁ ବୋମା ଲଗାଇ ଉଡାଇ ଦେଇଥିଲେ। ଏହାପରେ ବିଜାପୁରରେ ସୁରକ୍ଷାବଳ ନକ୍ସଲଙ୍କ ଦ୍ୱାରା ବିଛାଯାଇଥିବା ଅମ୍ବୁସରେ ଫସି ଯାଇଥିଲେ। ଫଳରେ ୨୪ ଯବାନ ଶହୀଦ ହୋଇଥିଲେ। ଏଥର ବିଜାପୁର ହମଲାରେ ୫ ଯବାନ ଶହୀଦ ହୋଇଥିବା ଖବର ଆସିଥିଲା। କିନ୍ତୁ ଘଟଣାର ୨୪ ଘଣ୍ଟା ପରେ ୨୪ ଯବାନ ଶହୀଦ ହୋଇଥିବା ସୂଚନା ମିଳିଥିଲା। ଏହି ହମଲାର ମୁହଁତୋଡ ଜବାବ ଦିଆଯିବ ବୋଲି ରାଜ୍ୟ ସରକାର କହିଥିଲେ।

   Related Posts