Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମାକ୍ଷାନଗର : ସୁନ୍ଦରମୁଣ୍ଡି ଜଙ୍ଗଲରେ ଲାଗିଲା ନିଆଁ, ମୂଲ୍ୟବାନ ଗଛ ପୋଡି ପାଉଁଶ
  • ||
  • କୁଚିଣ୍ଡା : ଭଡାଘରେ ଚାଲିଥିଲା ସେକ୍ସ ରାକେଟ୍, ମହିଳା ସହ ୨ ଯୁବକଙ୍କୁ ଗିରଫ କଲା ପୋଲିସ
  • ||
  • ମୁନିଗୁଡା : ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ୯ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅବହେଳା ଅଭିଯୋଗ ଆଣିଲେ ପରିବାର
  • ||
  • ଆର୍.ଉଦୟଗିରି : ଉପକାରାଗାରରୁ ୨ ବିଚାରାଧୀନ କଏଦୀ ଫେରାର, ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜେଲ୍‌ରେ ଥିଲେ
  • ||
  • ଚୌଦ୍ବାର : ଚାରବାଟିଆ ଏଆରସିରେ ପୁଣି ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ଲାଗିଛି ୬ଟି ଦମକଳ ଗାଡି
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ସମ୍ବଲପୁର : ଭିସୁଟ୍‌ର ୨୫ ଛାତ୍ରଛାତ୍ରୀ କରୋନା ଆକ୍ରାନ୍ତ, ସସପେଣ୍ଡ ହେଲା ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ କ୍ଲାସ୍
  • ||
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||

ହମ୍‌ଲା ପ୍ରସ୍ତୁତି : Mudda (14.08.2018)

14/08/2018 at 10:57 PM

ଛତିଶଗଡର ସୁକମା ଜିଲ୍ଲା ଗୋଲାପାଲ୍ଲି ଏନକାଉଣ୍ଟରକୁ ନେଇ ଚାଲିଲା ତୁମ୍ବିତୋଫାନ । ମିଥ୍ୟା ଏନକାଉଣ୍ଟର ନେଇ ବିଭିନ୍ନ ସଂଗଠନଙ୍କ ଅଭିଯୋଗକୁ ସାମ୍ନା କରିବାକୁ ଆଗକୁ ଆସିଲେ ସୁକମା ଏସପି ଅଭିଷେକ ମୀନା । ଏନକାଉଣ୍ଟର ପରବର୍ତ୍ତୀ ସ୍ଥିତିର ଭିଡିଓ ଜାରିକଲେ ଏସପି । ତେବେ ଘଟଣାର ଦିନକ ପରେ ଛତିଶଗଡରେ ସକ୍ରିୟ ମାଓବାଦୀ ଭାଇରାଲ କଲେ ଏକ ଭିଡିଓ । ଯେଉଁଥିରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ମାଓବାଦୀ ଗରିଲା ଯୁଦ୍ଧ କୌଶଳର ଅଭ୍ୟାସ କରୁଛନ୍ତି । ସେମାନଙ୍କୁ ତାଲିମ ଦେଉଛନ୍ତି ସଂଗଠନର ବରିଷ୍ଠ ଓ ଦୁର୍ଦ୍ଧଷ ନକ୍ସଲ କମାଣ୍ଡର । ସେମାନଙ୍କ ନିକଟରେ ଏକେ-47 ,INSAS ଏବଂ ଅଟୋମେଟିକ ରାଇଫଲ ରହିଛି । ଛତିଶଗଡ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ପୋଲିସକୁ ଚ୍ୟାଲେଞ୍ଜ ଦେଇ ବଡଧରଣର ହମଲା କରିବାକୁ ପ୍ରସ୍ତୁତ ହେଉଛି ରଣନୀତି । ମାଲକାନଗିରିର ବିଚ୍ଛିନ୍ନାଞ୍ଚଳକୁ ଗୁରୁପ୍ରିୟା ସେତୁ ହେବା ପରେ ସେମାନଙ୍କ ଚିନ୍ତା ବଢିଛି । ସେମାନଙ୍କ ଦ୍ୱାରା ଘୋଷିତ ଗରିଲା ମୁକ୍ତାଞ୍ଚଳରେ ପୋଲିସର ଉପସ୍ଥିତି । ତେଣୁ ପୋଲିସକୁ ଚ୍ୟାଲେଞ୍ଜ ଦେଇ କ୍ୟାଡରଙ୍କ ମନୋବଳ ବଢାଇବାକୁ ନକ୍ସଲଙ୍କ ଏହା ଏକ ରଣନୀତି ବୋଲି କହିଛନ୍ତି ବିଶେଷଜ୍ଞ ।

   Related Posts