କନ୍ଧମାଳ ବାଲିଗୁଡାରେ ମାଓ ପୋଷ୍ଟର; ସ୍ଥାନୀୟ ଅଂଚଳରେ ଭୟର ବାତାବରଣ

Published By : Prameya-News7 Bureau | December 09, 2018 IST

ବାଲିଗୁଡା ୯/୧୨ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡିରେ ମାଓବାଦୀଙ୍କ ପୋଷ୍ଟର ଦେଖିବାକୁ ମିଳିଛି । କିଛି ଦିନତଳେ କିରିକୁଟି ପଞ୍ଚାୟତର ପାଟାଙ୍ଗି ଗାଁ ନିକଟସ୍ଥ ଜାତୀୟ ରାଜପଥ ୫୯ କଡରେ ମାଓବାଦୀ କଳା ରଙ୍ଗର ବ୍ୟାନର ଲଗାଇଥିଲେ । ଆଜି ପୁଣି ସିମନବାଡିର ପୋଖରୀ ନିକଟରେ ମାଓ ପୋଷ୍ଟର ଦେଖିବାକୁ ମିଳିଛି । ବ୍ରାହ୍ମଣ ହିନ୍ଦୁତ୍ବବାଦୀ ଫାଶୀବାଦ ବିରୋଧରେ ଏକଜୁଟ ହୋଇ ସଂଗ୍ରାମ କରିବାକୁ ପୋଷ୍ଟରରେ ଉଲ୍ଲେଖ ରହିଛି । ମାଓବାଦୀଙ୍କ ପୋଷ୍ଟର ପରେ ଦାରିଙ୍ଗବାଡି ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଓଡିଶା ରାଜ୍ୟ କମିଟି ଭାରତୀୟ କମ୍ଯୁନିଷ୍ଟ ପାର୍ଟି ଏହି ପୋଷ୍ଟର ଲଗାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.