ମାଓବାଦୀଙ୍କ ନୂଆ ରଣନୀତି ; ମାଓ ଅପରେସନ ଭିଡିଓ ଭାଇରାଲ

Published By : Prameya-News7 Bureau | January 02, 2019 IST

ମାଲକାନଗିରି ୦୨|୦୧: ନୂଆବର୍ଷରେ ପୁଣି ମାଓବାଦୀଙ୍କ ନୂଆ ରଣନୀତି । ପୁରୁଣା ଘଟଣାର ଭିଡିଓ ଭାଇରାଲ କରି ପୋଲିସ ଉପରେ ଚାପ ସୃଷ୍ଟି କରିବାକୁ ଯୋଜନା କରିଛନ୍ତି ନକ୍ସଲ । ତାହା ପୁଣି ହାତରେ ଅତ୍ୟାଧୁନିକ ବନ୍ଧୁକ ସହ ଅନେକ ହତିଆର ଧରି ଯବାନଙ୍କ ଉପରେ ଆକ୍ରମଣ କରୁଥିବାର ଚିତ୍ର । ଭାଇରାଲ ହୋଇଥିବା ଭିଡିଓଟି ମାଲକାନଗିରି ସୀମାନ୍ତ ସୁକୁମା ଜିଲ୍ଲାର ବୋଲି ଜଣା ପଡିଛି ।

{"id":69670}

ବିଶେଷ କରି ୨୭ ଏପ୍ରିଲ୨୦୧୭ ରେ ବୁର୍କାପାଲ ଅଞ୍ଚଳରେ ହୋଇଥିବା ସବୁଠାରୁ ବଡ ମାଓ ଆକ୍ରମଣର ବୋଲି ଜଣା ପଡିଛି । ଏହି ମାଓ ଆକ୍ରମଣରେ ସିଆରପିଏଫ ୭୪ ବାଟାଲିଆନର ୨୬ଜଣ ଯବାନଙ୍କୁ ଆମ୍ବୁସ କରି ସହିଦ କରିଥିଲେ ମାଓବାଦୀ । ଅନେକ ଅତ୍ୟାଧୁନିକ ବନ୍ଧୁକ ମଧ୍ୟ ଲୁଟି ନେଇଥିଲେ । ଏହି ଘଟଣାରେ ୭ଜଣ ଯବାନ ଗୁରୁତ୍ଵର ଭାବେ ଆହତ ହୋଇଥିଲେ ।

{"id":69671}

ଏହି ଆକ୍ରମଣ ସମୟରେ ନିଜେ ମାଓବାଦୀ ଏହି ଭିଡିଓ ସୁଟ କରିଥିବା ଜଣା ପଡିଥିବା ବେଳେ ଛତିଶଗଡ ପୋଲିସ ପକ୍ଷରୁ କିନ୍ତୁ କୌଣସି ସ୍ଵଷ୍ଟୀକରଣ ଦିଆଯାଇ ନାହିଁ। ଯାହା ଜଣା ପଡୁଛି ଦୁର୍ବଳ ହୋଇଥିବା ମାଓ ସଂଗଠନ ଏଭଳି ଭିଡିଓ ଜାରି କରି ପୋଲିସ ଉପରେ ପୁଣି ଥରେ ଚାପ ସୃଷ୍ଟି କରିବା ସହ ଲାଲଗଡରେ ଥିବା ଅନ୍ୟ କମରେଡ୍ ଙ୍କ ମନୋବଳ ଦୃଢ କରିବା ପାଇଁ ଚେଷ୍ଟା କରୁଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.