ବିଛିନ୍ନାଞ୍ଚଳରେ ମାଓବାଦୀଙ୍କ ମାଓ ମେଳି

Published By : Prameya-News7 Bureau | July 29, 2018 IST

ମାଓବାଦୀଙ୍କ ସହିଦ ସପ୍ତାହର ଆଜି ଦ୍ବିତୀୟ ଦିନ । ବିଛିନ୍ନାଞ୍ଚଳରେ ବଡ ଧରଣର ମାଓ ମେଳି ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ରାଲେଗୁଡା ପଞ୍ଚାୟତର ଦୁର୍ଗମ ଅଞ୍ଚଳରେ ମାଓବାଦୀଙ୍କ ଶହୀଦ ସପ୍ତାହ ପାଳନ । ଶହ ଶହ ଆଦିବାସୀଙ୍କ ଉପସ୍ଥିତିରେ ଆନ୍ଧ୍ର-ଓଡିଶା ସୀମାନ୍ତରେ ମାଓବାଦୀମାନେ ଶହୀଦ ସ୍ତମ୍ଭ ସ୍ଥାପନ କରିବା ସହ ଶୋଭାଯାତ୍ରା କରିଛନ୍ତି । ଶୋଭାଯାତ୍ରାରେ ନାଲି ବ୍ୟାନର ଧରି ଆଦିବାସୀମାନଙ୍କୁ ସରକାରଙ୍କ ବିରୋଧରେ ଚେତାଇଥିଲେ । ଗୁରୁପ୍ରିୟା ସେତୁ ସରକାର ଲୋକଙ୍କ ପାଇଁ ନୁହେଁ ବରଂ ବିଚ୍ଛିନ୍ନାଞ୍ଚଳର ଖଣିଜ ପଦାର୍ଥ ଲୁଣ୍ଠନ ପାଇଁ ତିଆରି କରିଥିବା ମାଓବାଦୀମାନେ ଆଦିବାସୀଙ୍କୁ ବୁଝାଇଛନ୍ତି । ଅଘଟଣ ଆଶଙ୍କାରେ ବିଭିନ୍ନ ସ୍ଥାନରୁ ସରକାରୀ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆସନ୍ତା ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.