ପଡିଲାନି ହାତଗଣ୍ଠି: ବିବାହ କରିବାକୁ ଚାହୁଁଥିଲେ କ୍ୟାଡର୍, ମାରିଦେଲେ ସାଥୀ ନକ୍ସଲ

Published By : Prameya-News7 Bureau | May 08, 2020 IST

ସୁକମା, ୦୮|୦୫ : ଛତିଶଗଡର ସୁକମା ଜିଲ୍ଲାର ଚିମଲିପେଣ୍ଟା ଗ୍ରାମରେ ଜଣେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ଏହି ମୃତଦେହଟି ଜଣେ ନକ୍ସଲ କ୍ୟାଡର୍‌ର ବୋଲି ସୂଚନା ମିଳିଛି । ତାହାର ସାଥି ନକ୍ସଲମାନେ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି । ତେବେ ଏହି ହତ୍ୟାକାଣ୍ଡର ଏକ ଚକିତ କଲା ଭଲି କାରଣ ରହିଛି ।

ସୂଚନାନୁସାରେ, ଯେଉଁ ଯୁବକଙ୍କୁ ନକ୍ସଲମାନେ ହତ୍ୟା କରିଛନ୍ତି ସେ ମଧ୍ୟ ଜଣେ କ୍ୟାଡର୍ । ଜନ ଅଦାଲତରେ ନକ୍ସଲମାନେ ଯୁବକଙ୍କୁ ହତ୍ୟା କରିଥିଲେ । ଏହାର କାରଣ ହେଉଛି ଯୁବକ ଜଣଙ୍କ ବିବାହ କରିବାକୁ ଚାହୁଁଥିଲେ । ଏହି ଅଞ୍ଚଳ ରେଡ୍ କରିଡର୍ ହୋଇଥିବାରୁ ପୋଲିସ ମଧ୍ୟ ସତର୍କତାମୂଳକ ଭାବେ ଘଟଣାସ୍ଥଳରେ ପହଁଚିଛି ।

ଶୁକ୍ରବାର ସକାଳେ ପ୍ରଥମେ କାଣ୍ଟୋ ବ୍ଲକରୁ ୮ କିମି ଦୂରରେ ଥିବା ଚିମଲିପେଣ୍ଟା ଗ୍ରାମରେ ଏକ ମୃତଦେହକୁ ଗ୍ରାମବାସୀମାନେ ଦେଖିବାକୁ ପାଇଥିଲେ । ଏହି ଯୁବକଜଣଙ୍କ ହରପା ନାଗେଶ ବୋଲି କୁହାଯାଉଛି । ଏହାପରେ ଗ୍ରାମରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା ।

ସୂତ୍ରାନୁସାରେ, ଗ୍ରାମ ନିକଟରେ ନକ୍ସଲମାନେ ଜନ ଅଦାଲତ ଲଗାଇଥିଲେ । ସେଠାରେ ହିଁ ନାଗେଶଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି । ଏନେଇ ସ୍ଥାନୀୟ ଏସପି ଶଲଭ ସିହ୍ନା କହିଛନ୍ତି ଯେ, ନଗେଶ ଜଣେ ମହିଳା ନକ୍ସଲଙ୍କୁ ବିବାହ କରିବାକୁ ଚାହୁଁଥିଲା । କିନ୍ତୁ ସଙ୍ଗଠନ ଏହାର ବିରୋଧ କରିଥିଲା । ତେଣୁ ତାକୁ ମାରିଦିଆଯାଇଛି । ଏବେ ଆହୁରି ତଦନ୍ତ କରାଯାଉଛି ବୋଲି ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.