ରକ୍ତମୁଖା ଲାଲବାହିନୀ : ପୋଲିସ ଇନ୍‌ଫର୍ମର ସନ୍ଦେହରେ ଆତ୍ମସମର୍ପଣ କରିଥିବା ନକ୍ସଲକୁ କଲେ ହତ୍ୟା

Published By : Prameya-News7 Bureau | October 23, 2019 IST

ମାଲକାନଗିରି ୨୩।୧୦: ମାଲକାନଗିରି ଜିଲ୍ଲ ସୀମାନ୍ତରେ ପୁଣି ଦେଖିବାକୁ ମିଳିଛି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ଆତ୍ମସମର୍ପଣ କରିଥିବା ନକ୍ସଲକୁ ଗୁଳିକରି ହତ୍ୟା କରିଛି ରକ୍ତମୁଖା ଲାଲବାହିନୀ ।

{"id":173624}

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ନିକଟ ଆନ୍ଧ୍ରପ୍ରଦେଶ ବିଶାଖା ଜିଲ୍ଲାର ଗୁଡେମ ଥାନା ଅନ୍ତର୍ଗତ କୁମକୁମପୋଡି ଗ୍ରାମର ଲମ୍ବାୟା ପିଲାଲୁଙ୍କୁ ନକ୍ସଲମାନେ ଗୁଳିକରି ହତ୍ୟା କରିଛନ୍ତି । ଗତକାଲି ବିଳମ୍ବିତ ରାତିରେ ୧୦ରୁ ୧୫ଜଣ ସଶସ୍ତ୍ର ନକ୍ସଲ କୁମକୁମପୋଡି ଗାଁରେ ପହଞ୍ଚି ଲମ୍ବାୟା ପିଲାଲୁଙ୍କୁ ଘରୁ ଡାକି ନେଇଥିଲେ । ହେଲେ ଗାଁମୁଣ୍ଡ ରାସ୍ତାରେ ନକ୍ସଲମାନେ ଲମ୍ବାୟା ପିଲାଲୁଙ୍କୁ ଛାତିରେ ଗୁଳି ମାରିଥିବା ବେଳେ ମୁଣ୍ଡ ପଛପଟେ ପଥରରେ ଛେଚି ଦେଇଛନ୍ତି ।  

{"id":173625}

ଘଟଣାସ୍ଥଳରେ ଲମ୍ବାୟା ପିଲାଲୁ ପ୍ରାଣ ହରାଇଥିବା ବେଳେ ନକ୍ସଲମାନେ ସେଠାରେ ଏକ ହାତଲେଖା ଚିଠି ଛାଡି ଯାଇଛନ୍ତି । ଯେଉଁଥିଲେ ଉଲ୍ଲେଖ ରହିଛି ଯେ, ଆନ୍ଧ୍ର ଓଡିଶା ବର୍ଡରରେ ବିଶାଖା ଡିଭିଜନରେ ପୂର୍ବରୁ ଲମ୍ବାୟା ପିଲାଲୁ ମାଓବାଦୀ ଭାବେ କାର୍ଯ୍ୟ କରୁଥିଲେ ।  ପରେ ପୋଲିସ ପାଖରେ ଆତ୍ମସମର୍ପଣ କରି ମାଓ ସଂଗଠନର ଇନଫରମେସନ ପୋଲିସକୁ ଦେଉଥିଲେ ତେଣୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି ବୋଲି ନକ୍ସଲ ଚିଠିରେ ଲେଖା ରହିଛି ।  ଅନ୍ୟପଟେ ଏହି ମାଓ ହିଂସା ଘଟିବା ପରେ ସୀମାନ୍ତରେ ଆନ୍ଧ୍ର ଓଡିଶା ପୋଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.