Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

କନ୍ଧମାଳରେ ମାଓବାଦୀଙ୍କ ଲଙ୍କାକାଣ୍ଡ : ୨ଟି ଟ୍ରାକ୍ଟର, ଗୋଟିଏ ଭ୍ୟାନ ପୋଡି ରାତ୍ରି ଜଗୁଆଳିଙ୍କୁ ନିର୍ମମ ହତ୍ୟା

6/01/2019 at 10:53 AM

କନ୍ଧମାଳ ୬/୧ : ପୁଣି ମାତିଲେ ମାଓବାଦୀ | ଗତକାଲି ବିଳମ୍ବିତ ରାତିରେ କନ୍ଧମାଳ ଠିକାଦାରଙ୍କ କ୍ୟାମ୍ପରେ ଲଙ୍କାକାଣ୍ଡ ଭିଆଇଛନ୍ତି ମାଓବାଦୀ | ଠିକାଦାରଙ୍କ କ୍ୟାମ୍ପ ପୋଡିବା ସହ ଗାଡି ପୋଡି ଦେଇଛନ୍ତି ମାଓବାଦୀ | ଏହାସହ ସେଠାରେ କାମ କରୁଥିବା ରାତ୍ରି ଜଗୁଆଳିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି | ମୃତକ ଜଗୁଆଳି ହେଲେ ରବୀନ୍ଦ୍ର ମଲିକ |

ପୋଲିସ ଇନଫର୍ମର ସନ୍ଦେହରେ ରବୀନ୍ଦ୍ରଙ୍କୁ ହତ୍ୟା କରିଛନ୍ତି ମାଓବାଦୀ | ଏହାଛଡା ରାସ୍ତା କାମକୁ ବିରୋଧ ରାସ୍ତା କାମରେ ନିୟୋଜିତ ହୋଇଥିବା ୨ଟି ଟ୍ରାକ୍ଟର, ଗୋଟିଏ ଭ୍ୟାନ୍, କଂକ୍ରିଟ ମିକଶ୍ଚର ଗାଡି ପୋଡି ଦେଇଛନ୍ତି ମାଓବାଦୀ | ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଟିକିରିପଡା-ପାତିଆମ୍ବା ରାସ୍ତା କାମକୁ ବିରୋଧ କରି ଏଭଳି ଉନ୍ମତ୍ତ କାନ୍ଦ କରିଥିବା ଜଣାପଡିଛି | ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି |

   Related Posts