ନକ୍ସଲଙ୍କ ବର୍ବରତା, ଗୋଟିଏ ପରିବାରର ୪ ଜଣଙ୍କୁ ଫାଶୀରେ ଝୁଲାଇଲେ, ଘରେ ବନ୍ଦ କରି ବୋମା ପକାଇଦେଲେ

Published By : Prameya-News7 Bureau | November 14, 2021 IST

ପାଟନା, ୧୪/୨୧: ଗୟା ମୁଖ୍ୟାଳୟଠାରୁ ୭୦ କିଲୋମିଟର ଦୂରରେ ଥିବା ଡୁମରିଆ ବ୍ଲକର ମାଉନୱାର ଗ୍ରାମରେ ମାଓବାଦୀମାନେ ଦୁଇ ମହିଳାଙ୍କ ସମେତ ଚାରି ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଚାରିଜଣଙ୍କୁ ଘର ବାହାରେ ଥିବା ଏକ ଭାରାରେ ଦଉଡ଼ି ବାନ୍ଧି ଫାଶୀରେ ଝୁଲାଇ ଦେଇଛନ୍ତି ନକ୍ସଲ ।ହତ୍ୟା କରାଯାଇଥିବା ୪ ଜଣ ହେଉଛନ୍ତି ଦୁଇ ଦମ୍ପତ୍ତି । ଏହାପରେ ସେମାନେ ଗ୍ରାମରେ ଭୟ ବିସ୍ତାର କରିବା ପାଇଁ ଘରଟିକୁ ବୋମା ବିସ୍ପୋରଣ କରି ଦେଇଥିଲେ ଏବଂ ବାଇକ୍‌ରେ ନିଆଁ ଲଗାଇ ଦେଇଥିଲେ ।

ମୃତକଙ୍କ ମଧ୍ୟରେ ସତ୍ତେନ୍ଦ୍ର ସିଂ, ମହେନ୍ଦ୍ର ସିଂ, ମନୋରାମା ଦେବୀ ଏବଂ ସୁନୀତା ସିଂ ଅଛନ୍ତି। ମାଓବାଦୀମାନେ କାନ୍ଥରେ ଏକ ପୋଷ୍ଟର ମାରି ଲେଖିଛନ୍ତି ଯେ ମାନବିକତାର ହତ୍ୟାକାରୀ, ଦେଶଦ୍ରୋହୀ ତଥା ବିଶ୍ୱାସଘାତକଙ୍କୁ ମୃତ୍ୟୁ ଦେବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ଏହା ହେଉଛି ତାଙ୍କର ଚାରି ସାଥୀ ଅମରଶ, ସୀତା, ଶିବପୁଜନ ଏବଂ ଉଦୟଙ୍କ ହତ୍ୟା ପାଇଁ ପ୍ରତିଶୋଧ । ଭବିଷ୍ୟତରେ ମଧ୍ୟ ଏପରି କାର୍ଯ୍ୟ ଜାରି ରହିବ । ସେମାନଙ୍କୁ ବିଷ ଦେଇ ଷଡଯନ୍ତ୍ରର ଶିକାର କରାଯାଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।

ଏହି ଲିଫଲେଟକୁ ଜନ ମୁଖୀ ଚାପକର ସେନା, ସେଣ୍ଟ୍ରାଲ ଜୋନ୍ ଝାଡ଼ଖଣ୍ଡ, ସିପିଆଇ (ମାଓବାଦୀ) ନାମରେ ଲଗାଯାଇଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ଗୟା ମୁଖ୍ୟାଳୟର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.