ଚିତ୍ରକୋଣ୍ଡା ବିଛିନ୍ନାଂଚଳରେ ପୋଷ୍ଟର ଓ ବ୍ୟାନର ମାରି ପୁଣି ଆତଙ୍କ ଖେଳାଇଛନ୍ତି ନକ୍ସଲପନ୍ଥୀ

Published By : Prameya-News7 Bureau | August 05, 2018 IST

ଚିତ୍ରକୋଣ୍ଡା ବିଛିନ୍ନାଂଚଳ ର ରାଲେଗୁଡା ପଞ୍ଚାୟତ ଠାରେ ହୋଇଯାଇଛି ନକ୍ସଲଙ୍କ ପ୍ରଜା ମେଳି। ଜୁଲାଇ ୨୮ ତାରିଖ ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ନକ୍ସଲ ପନ୍ଥୀ ସହିଦ ସପ୍ତାହ ପାଳିବାକୁ ଆହ୍ୱାନ ଦେଇଥିବା ବେଳେ ଶତାଧିକ ଲୋକଙ୍କୁ ନେଇଁ ପୁଣି ଆରମ୍ଭ କରିଦେଇଛନ୍ତି ସହିଦ ସପ୍ତାହ । ହଜ଼ାର ହଜ଼ାର ସଂଖ୍ୟାରେ ମାଓ ସଙ୍ଗଠନରେ ସାମିଲ ହେବା ପାଇଁ ଯୁବକ ଓ ଯୁବତୀଙ୍କୁ ଆହ୍ୱାନ ଦେଇଛନ୍ତି ବିଛିନ୍ନଞ୍ଚଳର ନକ୍ସଲ ପନ୍ଥୀ । ପୋଷ୍ଟର ଓ ବ୍ୟାନର ମାରି ପୁଣି ଆତଙ୍କ ଖେଳାଇଛନ୍ତି ନକ୍ସଲପନ୍ଥୀ । ଆନ୍ଧ୍ର ଗ୍ରେହାଉଣ୍ଡ, ଓଡିଶା ଏସ.ଓ.ଜି,ଏବଂ ସୀମା ସୁରକ୍ଷା ପାଇଁ ଥିବା ବି. ଏସ.ଏଫ ବହିନୀଙ୍କୁ ଖାତିର ନ କରି ଗାଁ ଗାଁ ରେ ଆରମ୍ଭ କରିଲେ ନକ୍ସଲଙ୍କ ମିଟିଂ । ଚାରୁ ମଜୁମଦାର ଓ କନ୍ନୟା ଚଟାର୍ଜୀଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ଆମ ମାଓ ସଂଗଠନ ର ମୂଳ ଲକ୍ଷ୍ୟ । ରାମଗୁଡ଼ା ଜଙ୍ଗଲ ରେ ଆନ୍ଧ୍ର ଗୁଳିରେ ସହିଦ ହୋଇଥିବା କମ୍ରେଡ଼ ଗଣେଶ,ମୁନ୍ନା,ଆଜାଦ ଓ କିରନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.