Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ହାଥରସ୍ ମାମଲାରେ ନକ୍ସଲ ଲିଙ୍କ୍ ! ପୀଡିତାଙ୍କ ନକଲି ଭାଉଜ ହୋଇ ଷଡଯନ୍ତ୍ର ରଚୁଥିଲେ ମହିଳା

10/10/2020 at 11:16 AM

ହାଥରସ ୧୦।୧୦: ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ମାମଲାର ଯାଞ୍ଚ ଜାରି ରହିଛି । ଏ ଭିତରେ ଶନିବାର ହାଥରସ ଘଟଣାରେ ନକ୍ସଲ ଲିଙ୍କ୍ ସାମ୍ନାକୁ ଆସିବା ପରେ ତନାଘନା ଆରମ୍ଭ ହୋଇଛି । ଏସଆଇଟି ମଧ୍ୟ ପ୍ରଦେଶର ଜବଲପୁରରେ ରହୁଥିବା ମହିଳାଙ୍କୁ ଖୋଜିବାରେ ଲାଗିଛି । କୁହାଯାଉଛି ଯେ, ସନ୍ଦିଗ୍ଧ ନକ୍ସଲ  ମହିଳା ପୀଡିତାଙ୍କ ଘରେ ତାଙ୍କ ଭାଉଜ ହୋଇ ରହିଥିଲେ । ଏସଆଇଟି ଯାଞ୍ଚ ବେଳେ ସାମ୍ନାକୁ ଆସିଛି ଯେ, ୧୬ ସେପ୍ଟେମ୍ବରରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ପୀଡିତାଙ୍କ ଘରେ ରହି ନକ୍ସଲ ମହିଳା ବଡ ଧରଣର ଷଡଯନ୍ତ୍ର ରଚୁଥିଲେ । ଏହା ପୂର୍ବରୁ ପୋଲିସ ଶୁକ୍ରବାର ଦିନ କହିଥିଲା ଯେ, ଏହି ମାମଲାରେ ଜଡିତ ଫଣ୍ଡ ମାମଲାରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ଏବଂ ଭୀମ ଆର୍ମିର ଲିଙ୍କ୍ ଥିବା ଜଣାପଡିଛି ।

ହାଥରସ ମାମଲାର ଯାଞ୍ଚ କରୁଥିବା ଏସଆଇଟି ସୂତ୍ରରୁ ପ୍ରକାଶ ଯେ, ନକ୍ସଲ ମହିଳା ଓଢଣା ପକାଇ ପୋଲିସ ଏବଂ ଏସଆଇଟି ଟିମ୍ ସହ କଥାବାର୍ତ୍ତା କରୁଥିଲା । ଘଟଣାର ଦୁଇ ଦିନ ପରେ ସନ୍ଦିଗ୍ଧ ମହିଳା ପୀଡିତାଙ୍କ ଗାଁରେ ପହଞ୍ଚିଯାଇଥିଲେ । ପୀଡିତାଙ୍କ ଘରେ ରହି ମହିଳା ଜଣଙ୍କ ତାଙ୍କ ଘର ଲୋକଙ୍କୁ ଉସକାଉଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଭାଉଜ ହୋଇ ରହିଥିବା ନକ୍ସଲ ମହିଳାଙ୍କ କଲ୍ ଡିଟେଲ୍ସରୁ କେତେକ ରୋଚକ କଥା ସାମ୍ନାକୁ ଆସିଛି ।

ସୁରକ୍ଷା ଏଜେନ୍ସୀଙ୍କ ସୂଚନା ଅନୁସାରେ ବିଦେଶୀ ଫଣ୍ଡିଂ ସହ ନକ୍ସଲ ଲିଙ୍କ୍ ଉପର ୟୁପି ପୋଲିସ ଏବଂ ଏସଆଇଟି ଟିମ୍ କାମ କରୁଛି । ଏହା ପୂର୍ବରୁ ଏସଆଇଟି ଟିମ୍ ର ଯାଞ୍ଚରେ ପ୍ରଥମେ ଜାତୀୟ ଏବଂ ସାମ୍ପ୍ରଦାୟିକ ଦଙ୍ଗାର ଷଡଯନ୍ତ୍ରର ପର୍ଦ୍ଦାଫାଶ କରିଥିଲା । ପୋଲିସ ସଂପୃକ୍ତ ମହିଳା ନକ୍ସଲ ଏବଂ ତାଙ୍କ ସହଯୋଗୀଙ୍କୁ ଖୋଜିବାରେ ଲାଗିଛି । ଏ ପର୍ଯ୍ୟନ୍ତ ୪ ଡଜନରୁ ଅଧିକ ଲୋକଙ୍କ ସହ ଏସଆଇଟି ଟିମ୍ ପଟରାଉଚରା କରିସାରିଛି । ହାଥରସ ମାମଲାରେ ପୋଲିସ ୪ ଜଣଙ୍କୁ ଗିରଫ କରିସାରିଛି । ଯେଉଁମାନେ ପିଏଫଆଇର ସଦସ୍ୟ ବୋଲି କୁହାଯାଉଛି ।

   Related Posts