Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ଟ୍ରକ୍ ସହ ଡ୍ରାଇଭରକୁ ଜିଅନ୍ତା ଜାଳିଦେଲେ ମାଓବାଦୀ

4/08/2018 at 8:39 AM

ସହିଦ ସପ୍ତାହ ଶେଷ ଦିନରେ ମାଓବାଦୀଙ୍କ ବର୍ବରତା । ଝାଡଖଣ୍ଡ ଖୁଣ୍ଟି ଅଞ୍ଚଳ ଓଲୋ ଘାଟିରେ ପାଇପ୍ ବୋଝେଇ ଟ୍ରକରେ ନିଆଁ ଲଗାଇବା ସହ ଡ୍ରାଇଭରଙ୍କୁ ମଧ୍ୟ ଜିଅନ୍ତା ଜାଳି ଦେଇଛନ୍ତି ମାଓବାଦୀ । ମୃତ ଡ୍ରାଇଭର ଜଣଙ୍କ ପଞ୍ଜାବର ଯୋଗେଶ ସିଂ ବୋଲି ଜଣାପଡିଛି । ରାଉରକେଲାରୁ ଲୁହା ପାଇପ୍ ବୋଝେଇ କରି ଜାମସେଦପୁର ଯାଉଥିବାବେଳେ ୧୨ରୁ ୧୫ଜଣ ସଶସ୍ତ୍ର ମାଓବାଦୀ ତାଙ୍କ ଗାଡିକୁ ଖୁଣ୍ଟି ତମାଡ ଜାତୀୟ ରାଜପଥ ଓଲୋ ଘାଟିରେ ଅଟକାଇ ନିଆଁ ଲଗାଇଦେଇଥିଲେ ।ସଂପୃକ୍ତ ଟ୍ରକ୍ ମାଲିକ ରାଉରକେଲାର ତ୍ରିଲୋଚନ ସିଂହ ବୋଲି ଜଣାପଡିଛି । ମାଓବାଦୀମାନେ ଜୁଲାଇ ୨୮ରୁ ସହିଦ ସପ୍ତାହ ପାଳନ କରୁଥିଲେ ଗତକାଲି ସହିଦ ସପ୍ତାହର ଶେଷଦିନ ଥିଲା । ଟ୍ରକ୍ ଡ୍ରାଇଭର ଯୋଗେଶ ସିଂ ବନ୍ଦକୁ ନମାନି ଗାଡି ନେଇ ଯାଉଥିବାବେଳେ ମାଓବାଦୀମାନେ ପ୍ରତିଶୋଧ ପରାୟଣ ହୋଇ ଏଭଳି କାଣ୍ଡ ଘଟାଇଛନ୍ତି ।

   Related Posts